ଯୌତୁକ ପାଇଁ ଗଲା ମହିଳାଙ୍କ ଜୀବନ ! ନ୍ୟାୟ ପାଇଁ ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ପରିବାର
19/03/2023 at 2:35 PM

ଭଦ୍ରକ ୧୯।୦୩ : ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ଅଭିଯୋଗ । ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହେଲେ ମାଆ । ମୃତକଙ୍କ ନାମ ଅନୁସୟା ମୁଖୀ । ଭଦ୍ରକ ଜିଲ୍ଲା ଟାଉନ୍ ଥାନା କୁଆଁସ ଅଞ୍ଚଳର ଘଟଣା ।
ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଅଧୀନରେ ନର୍ସ ଭାବେ କାର୍ଯ୍ୟରତ ଥିଲେ ଅନୁସୟା ମୁଖୀ । ସେ ପିରତିପୁର ଗାଁର ମନୋଜ ଦାସଙ୍କୁ ପ୍ରେମ ବିବାହ କରିଥିଲେ । ଶ୍ବଶୁର ଘର ଲୋକେ ବିବାହକୁ ଗ୍ରହଣ କରିନଥିଲେ । ପରେ ଆପୋଷ ବୁଝାମଣାରେ ଶ୍ବଶୁର ଘରକୁ ଯାଇଥିଲେ । କିନ୍ତୁ ତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦିଆଯାଉଥିବା ମୃତକଙ୍କ ମାଆ ଅଭିଯୋଗ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ମେଡିକାଲରୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏ ନେଇ ମୃତକଙ୍କ ମାଆ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ମୃତକଙ୍କ ପରିବାର ଲୋକ ଭଦ୍ରକ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।