ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ପ୍ରାର୍ଥନା ବେଳେ ଟଳିପଡ଼ିଲେ ଛାତ୍ରୀ, ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର

15/10/2022 at 2:43 PM

ଭଦ୍ରକ ୧୫।୧୦ :  ବିଦ୍ୟାଳୟରେ ପ୍ରାର୍ଥନା ସମୟରେ ଅସୁସ୍ଥ ହୋଇପଡିଲେ ଛାତ୍ରୀ । ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲେ କର୍ତ୍ତୃପକ୍ଷ। ହେଲେ ସେଠାରେ ମୃତ୍ୟୁ ଘୋଷଣା କଲେ ଡାକ୍ତର । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରାଧବଲଭପୁର ଅଞ୍ଚଳରୁ ଆସିଛି ଏମିତି ଏକ ଦୁଃଖଦ ଖବର ।

ଖବର ଅନୁଯାୟୀ,  ଲଷ୍ମୀନାରାୟଣ ହାଇସ୍କୁଲ ବନସର ଠାରେ ନବମ ଶ୍ରେଣୀରେ ପଢ଼ୁଥିବା  ଛାତ୍ରୀ ପ୍ରାର୍ଥନା କରୁଥିବା ସମୟରେ ହଠାତ୍‌ ଅସୁସ୍ଥ ହୋଇଥିଲେ । ତାଙ୍କୁ ତୁରନ୍ତ ଧାମନଗର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ।  ସେଠାରେ ଚିକିତ୍ସା ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଛାତ୍ରୀ ଜଣକ ହେଉଛନ୍ତି ମନୀଷା ବେହୁରିଆ ।

   Related Posts