କାମ କରିବାକୁ ଯାଉଥିଲେ, ଅଜଣା ଗାଡି ଧକ୍କାରେ ଚାଲିଗଲା ଜୀବନ
9/03/2023 at 2:43 PM

ବାସୁଦେବପୁର ୦୯।୦୩ : ଅଜଣା ଗାଡି ଧକ୍କାରେ ଯୁବକ ମୃତ।ଭଦ୍ରକ ଜିଲ୍ଲା ବାସୁଦେବପୁର-ଧାମରା ରାସ୍ତାର ବିଦେଇପୁର ନିକଟରେ ଦୁର୍ଘଟଣା ଘଟିଛି । ମୃତକଙ୍କ ନାମ ମଦନ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଗୁରୁବାର ସକାଳ ସମୟରେ ଚାନ୍ଦବାଲି ବ୍ଲକ ଦୋଷିଙ୍ଗା ପଞ୍ଚାୟତ ପଦୁନଗର ଗାଁର ରମାକାନ୍ତ ବରୋଇଙ୍କ ପୁଅ ମଦନ ବିଦେଇପୁର ଅଞ୍ଚଳକୁ ନିଜ ସାଇକେଲ ଯୋଗେ କାମ କରିବାକୁ ଯାଉଥିଲେ । ପ୍ରତିଦିନ ପରି ମଦ ମଧ୍ୟ ଆଜି କାମ କରିବାକୁ ଆସୁଥିଲେ । ହେଲେ ନିଜ ଗନ୍ତବ୍ୟ ପଥରେ ପହଞ୍ଚିବା ପୂର୍ବରୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଯାହାଫଳରେ ମଦନଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ।
ସେପଟେ ପରିବାର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଭଦ୍ରକ ପଠାଇଛି । ଘଟଣାରେ ତଦନ୍ତ ଜାରି ରଖିଛି ପୋଲିସ ।