oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ଠିକ୍‌ ସମୟରେ ଆସିଲାନି ଆମ୍ବୁଲାନ୍ସ, ଆଖି ବୁଜିଦେଲେ ଗୁରୁତର ଯୁବକ

6/08/2021 at 6:02 AM

ବାରଙ୍ଗ ୦୬।୦୮: ହ୍ରଦରୁ ଯୁବକଙ୍କ ମୃତଦେହ ଠାବ । ଭୁବନେଶ୍ୱର ଉପକଣ୍ଠ ବାରଙ୍ଗ ରେଲଓ୍ୱ ଷ୍ଟେସନ୍‌ ନିକଟ ଏକ ହ୍ରଦରୁ ଯୁବକଙ୍କ ମୃତଦେହ ଠାବ ହୋଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ଗୁରୁବାର ସଂଧ୍ୟାରେ ଦାଢାପାଟଣା ଗାଁର କିଛି ଯୁବକ ନିକଟରେ ଖେଳୁଥିଲେ । ଏହି ସମୟରେ ହ୍ରଦରୁ ଜଣେ ଯୁବକଙ୍କ ଶବ୍ଧ ଶୁଣିଥିଲେ । ପରେ ତୁରନ୍ତ ସେଠାରେ ପହଞ୍ଚି ଅଧା କାଦୁଅରେ ପୋତିହୋଇଥିବା ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ଥିବା ଯୁବକଙ୍କୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସକୁ ଅପେକ୍ଷା କରାଯାଇଥିଲା, କିନ୍ତୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୋଇଥିଲା । ଯାହାଫଳରେ ଉକ୍ତ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ସେପଟେ ଖବର ପାଇ ବାରଙ୍ଗ ଥାନା ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ପରିଚୟ ମିଳିପାରିନାହିଁ ।

ତେବେ ଯୁବକ ଜଣଙ୍କ ଏଠାକୁ ଆସିଲେ କିପରି ? କାଦୁଅରେ କିପରି ପୋତିହେଲେ ? ଏହାପଛରେ ଆଉ କିଛି କାରଣ ଅଛି । ଏପରି ଅନେକ ପ୍ରଶ୍ନର ଖିଅ ଖୋଜିବା ଆରମ୍ଭ କରିଛି ବାରଙ୍ଗ ଥାନା ପୋଲିସ ।

   Related Posts