ଶୋଇଥିବା ବେଳେ କାମୁଡ଼ିଲା ବିଷଧର ସାପ : ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
13/09/2022 at 2:19 PM

ବାଲିପାଟଣା ୧୩।୦୯ : ଶୋଇଥିବା ବେଳେ କାମୁଡି ଦେଲା ସାପ । ବିଷଧର ସାପ କାମୁଡାରେ ସ୍ଵାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ବାଲିପାଟଣା ଥାନା ବୋଧଖଣ୍ଡି ଭୋଇସାହି ଗାଁରେ ଏଭଳି ଘଟଣା ଘଟିଛି ।
ଖବର ଅନୁଯାୟୀ, ସୋମବାର ରାତିରେ ବୋଧଖଣ୍ଡି ଭୋଇସାହିର ଚିତ୍ତ ଭୋଇ ଏବଂ ତାଙ୍କ ସ୍ତ୍ରୀ ପ୍ରତିମା ଭୋଇ ଶୋଇଥିଲେ । ରାତି ପ୍ରାୟ ୧ଟାରେ ଏକ ବିଷଧର ସାପ ଉଭୟ ସ୍ଵାମୀ – ସ୍ତ୍ରୀଙ୍କୁ କାମୁଡି ଦେଇଥିଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିତ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । କିନ୍ତୁ ସ୍ତ୍ରୀ ପ୍ରତିମା ଭୋଇଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ସାପଟି କାମୁଡ଼ିବା ପରେ ଘରେ ଥିବା ଟିଭି ମଧ୍ୟରେ ଲୁଚି ରହିଥିଲା । ଗ୍ରାମବାସୀ ପହଞ୍ଚି ସାପଟିକୁ ଟିଭିରୁ ବାହାର କରିଛନ୍ତି ।