କୂଅରୁ ମିଳିଲା ମୃତଦେହ, ୩ ଦିନ ହେବ ନିଖୋଜ ଥିଲେ ଟୁକୁନା
21/03/2023 at 1:30 PM

ବାଲିପାଟଣା ୨୧।୦୩ : କୂଅରୁ ମୃତଦେହ ଠାବ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ସାହାବାଜ ଗାଁର ଏକ କୂଅରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ଖରିପଡିଆ ଗାଁର ଟୁକୁନା ବେହେରା ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଗତ ୩ ଦିନ ହେବ ନିଖୋଜ ଥିଲେ ଟୁକୁନା । ବହୁ ଖୋଜାଖୋଜି ପରେ ବି ଟୁକୁନାଙ୍କ କୌଣସି ପତ୍ତାମିଳିନଥିଲା । ଶେଷରେ ଗାଁରେ ଥିବା କୂଅରେ ତାଙ୍କ ମୃତଦେହ ଭାସୁଥିବାର ଲୋକେ ଦେଖିଥିଲେ । ଏହାପରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବାଲିଅନ୍ତା ପୋଲିସ ଘଟଣାରେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି ।