ସଂଘବଦ୍ଧ ଆକ୍ରମଣରେ ଗଲା ଜୀବନ ! ଚାଷ ଜମିରେ ପଡିଛି ଆଶିଷଙ୍କ ମୃତଦେହ

Published By : Prameya-News7 Bureau | July 07, 2022 IST

ବାଲିପାଟଣା ୦୭।୦୭ : ଚାଷ ଜମିରେ ପଡିଛି ଯୁବକଙ୍କ ମୃତଦେହ । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ବୋଧଖଣ୍ଡି ଧନୁଆ ନଈ କୂଳରେ ପଡିଛି ମୃତଦେହ । ମୃତକ ଶିଶିଲୋ ଗାଁର ଆଶିଷ ଓଝା (୧୯ ବର୍ଷ ) । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  

ଖବର ଅନୁଯାୟୀ, ବୁଧବାର ରାତିରେ ଆଶିଷ ଓଝାଙ୍କୁ ସାଙ୍ଗମାନେ ଗାଁ ମୁଣ୍ଡରେ ଥିବା ପୋଖରୀ ନିକଟକୁ ଡାକିଥିଲେ। ଦୀର୍ଘ ସମୟ ଧରି ଆଶିଷ ଆଉ ଘରକୁ ଫେରିନଥିଲେ। ବିଳମ୍ବ ହେବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । କିନ୍ତୁ କୌଣସି ପତ୍ତା ପାଇନଥିଲେ। ଶେଷରେ ଗୁରୁବାର ସକାଳୁ ସ୍ଥାନୀୟ ଲୋକେ ବୋଧଖଣ୍ଡି ଧନୁଆ ନଈ କୂଳକୁ ଗାଧୋଇବାକୁ ଯିବା ବେଳେ ଆଶିଷଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ । ଏହାପରେ ତୁରନ୍ତ ପୋଲିସ ଓ ପରିବାରକୁ ଖବର ଦେଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି । ଯୁବକଙ୍କୁ ସଙ୍ଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.