AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: କମୁଛି ଶୀତ, ବଢୁଛି ତାତି: ଟ୍ୱିନସିଟିରେ ପାରଦ ଉପରମୁହାଁ
  • ||

ଦୁଇ ଦିନ ହେବ ନିଖୋଜ ଥିଲେ ବୃଦ୍ଧା, ଜଙ୍ଗଲରୁ ମିଳିଲା କ୍ଷତବିକ୍ଷତ ମୃତଦେହ

21/01/2023 at 12:58 PM

ବାଲିଗୁଡ଼ା ୨୧।୦୧ : ଗଳାକାଟି ବୃଦ୍ଧାଙ୍କୁ ହତ୍ୟା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ରେବିଙ୍ଗିଆ ସାତାମସ୍କା ଗାଁର ଘଟଣା । ଜଙ୍ଗଲରୁ କ୍ଷତବିକ୍ଷତ ମୃତଦେହ ଠାବ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଦୁଇ ଦିନ ତଳେ ସାତାମସ୍କା ଗାଁ ର ମାଣ୍ଡୁଲି ମଳିକ ନିକଟସ୍ଥ ନାଳକୁ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ l ପରିବାର ଲୋକେ ବହୁ ଖୋଜାଖୋଜି ପରେ ଗଞ୍ଜରସିଂ ପାହାଡ଼ରେ ପରିବାର ଲୋକେ କ୍ଷତ ବିକ୍ଷତ ଶବକୁ ଦେଖିଥିଲେ ।ଏହାପରେ ପୋଲିସକୁ ଖବର ଦେଇଥିଲେ l ମାଓ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଘଟଣାସ୍ଥଳରେ ପହଁଚି ପାରିନଥିଲା ପୋଲିସ ।

ସେପଟେ ସମ୍ପର୍କୀୟ ଲୋକେ ରାତିରେ ବାଧ୍ୟ ହୋଇ ଶବକୁ ଅଟୋ ଯୋଗେ ବାଲିଗୁଡ଼ା  ଉପଖଣ୍ଡ ମେଡିକାଲକୁ  ଆଣିଥିଲେ । ସେଠାରେ ଶବ ବ୍ୟବଛେଦ ପାଇଁ ବାଲିଗୁଡା ମେଡିକାଲକୁ ଆଣିଥିଲେ l ଏନେଇ ବାଲିଗୁଡା ଥାନା ପୋଲିସ ତଦନ୍ତ ଜାରି ରଖିଛି । କିଏ କାହିଁକି ବୃଦ୍ଧାଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲା, ଏଯାଏଁ କାରଣ ସ୍ପଷ୍ଟ ହୋଇନଥିବା ଜଣାପଡିଛି l

   Related Posts