ଘରକୁ ଫେରୁଥିଲେ, ଅଧାରାସ୍ତାରେ ହାତୀ ହାବୁଡରେ ପଡି ଚାଲିଗଲା ଜୀବନ
2/01/2023 at 9:18 AM

ବଡ଼ବଲି ୦୨।୦୧ : ହାତୀ ଆକ୍ରମଣରେ ବୃଦ୍ଧ ମୃତ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜର ନିଶ୍ଚିନ୍ତପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ନିଶ୍ଚିନ୍ତପୁର ଗାଁର ଟିମ ମୁଣ୍ଡା। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ରବିବାର ବିଳମ୍ଵିତ ରାତିରେ ଭୋଜି ସାରି ନିଶ୍ଚିନ୍ତପୁର ଗାଁର ଟିମ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ଘରକୁ ଫେରୁଥିଲେ। ଏହି ସମୟରେ ଘର ନିକଟରେ ଏକ ହାତୀ ତାଙ୍କ ଉପରକୁ ଆକ୍ରମଣ କରିଥିଲା। ଫଳରେ ଟିମ ମୁନ୍ଡାଙ୍କର ମୃତ୍ୟୁ ହୋଇଛି। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଅଞ୍ଚଳରେ ଗତ କିଛି ଦିନ ହେବ ଏକ ୨୪ ଟିକିଆ ହାତୀପଲ ଡେରା ପକାଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023