ନୂଆଁଖାଇରେ ଅଘଟଣ : ପଡୋଶୀଙ୍କ ଠେଙ୍ଗା ଓ ଟାଙ୍ଗିଆ ଆକ୍ରମଣରେ ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | September 11, 2021 IST

ନୂଆପଡା ୧୧।୯: ଫିକା ପଡିଲା ନୂଆଁଖାଇ ମାହୋଲ । ସଂଘବଦ୍ଧ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଖଡିଆଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ମଦ ନିଶାରେ ପ୍ରତ୍ୟେକ ଦିନ ଗାଳି ଗୁଲଜ କରୁଥିବା ବେଳେ ଶନିବାର ଠେଙ୍ଗା, ଟାଙ୍ଗିଆ ଧରି ପଡୋଶୀ କରିଥିଲେ ଆକ୍ରମଣ । ମୃତକ ଖଡିଆଳ ଥାନା ସୁନାରୀ ସିକୁଆଁ ଗାଁର ଅଭିମନ୍ୟୁ ବୈଠାରୁ । ପୂର୍ବରୁ ତାଙ୍କ ନାଁରେ ଥାନାରେ ଅନେକ ମାମଲା ରହିଥିବା ବେଳେ ସେ ଜେଲ୍ ମଧ୍ୟ ଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ସାଇଣ୍ଟିଫିକ୍ ଟିମ୍ କୁ ଅପେକ୍ଷା କରିଛି ଖଡିଆଳ ପୋଲିସ । ଆକ୍ରମଣକାରୀକୁ ଖୋଜୁଛି ଖଡିଆଳ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.