ନଦୀରେ ଭାସୁଛି ମୃତଦେହ, ପରିଚୟ ଖୋଜୁଛି ପୋଲିସ

Published By : Prameya-News7 Bureau | July 03, 2022 IST

ଆଠଗଡ଼ ୦୩।୦୭ : ନଦୀରେ ଭାସୁଛି ମୃତଦେହ । ଏବେ ସୁଦ୍ଧା ମୃତଦେହର ପରିଚୟ ମିଳିପାରିନାହିଁ । ଆଠଗଡ଼ ଧବଳେଶ୍ୱର ବିଦ୍ୟାଧରପୁର ଗାଁ ମହାନଦୀରେ କୂଳରେ ଭାସୁଛି ମୃତଦେହ ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ବିଦ୍ୟାଧରପୁର ଗାଁ ନିକଟରେ ଏକ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଉଭୟ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ହେଲେ ଏବେ ଯାଏଁ ମୃତଦେହଟି ପରିଚୟ ମିଳିପାରିନାହିଁ ପୋଲିସ । ପୋଲିସ ଖୋଲତାଡ ଆରମ୍ଭ କରିଛି ।

ତେବେ ଦୁଇ ଦିନ ତଳେ ମୁଣ୍ଡଳୀ ନିକଟରେ ଏକ ବୁଲେଟ୍‌ ରଖି ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିଲେ । ଏହା ସେହି ବ୍ୟକ୍ତିଙ୍କ ବୋଲି ସନ୍ଦେହ କରାଯାଉଛି । ପରିବାର ଲୋକ ପହଞ୍ଚି ମୃତ ଶରୀରକୁ ଚିହ୍ନଟ କଲା ପରେ ସତ୍ୟା ସତ୍ୟ ଜଣା ପଡ଼ିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.