ଅନୁଗୁଳ ୦୯।୦୮: ଡେରେଜାଙ୍କ ଡ୍ୟାମ୍ରୁ ମୃତଦେହ ଠାବ । ମୃତକଙ୍କ ନାମ ବିଭ୍ରାଂଶୁ ହୋତା ବୋଲି ଜଣାପଡିଛି । ଦୁଇ ଦିନ ଧରି ଓଡ୍ରାଫ୍ ଟିମ୍ର ଅକ୍ଲାନ୍ତ ପରିଶ୍ରମ ପରେ ବିଭ୍ରାଂଶୁଙ୍କ ମୃତଦେହ ଠାବ ହୋଇଛି ।
ଖବର ଅନୁଯାୟୀ, ରବିବାର ଦିନ ୩ ଜଣ ସାଙ୍ଗଙ୍କ ସହ ଅନୁଗୁଳରେ ଥିବା ଡେରେଜାଙ୍ଗ ଡ୍ୟାମ୍କୁ ବୁଲିବାକୁ ଆସିଥିଲେ । ତେବେ ବୁଲିବା ସମୟରେ ବିଭ୍ରାଂଶୁ ହୋତାଙ୍କ ଗୋଡ ଖସି ଯାଇଥିଲେ । ଯାହାଫଳରେ ସେ ନିଖୋଜ ହୋଇଯାଇଥିଲେ । ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍କୁ ଖବର ଦିଆଯାଇଥିଲା । ଓଡ୍ରାଫ୍ ଟିମ୍ ଦୁଇ ଦିନ ଧରି ଖୋଜାଖୋଜି ପରେ ବି ବିଭ୍ରାଂଶୁଙ୍କର କୌଣସି ପତ୍ତାମିଳୁନଥିଲେ । ଶେଷରେ ପାଣିରେ ଭାସୁଥିବାର ଠାବ ହୋଇଥିଲେ ବିଭ୍ରାଂଶୁ । ତୁରନ୍ତ ତାଙ୍କ ମୃତଦେହକୁ ଉଦ୍ଧାର କରିଛି ଓଡ୍ରାଫ୍ ଟିମ୍ ।
ତେବେ ମିଳିଥିବା ତଥ୍ୟ ଅନୁସାରେ ବିଭ୍ରାଂଶୁ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ତାଙ୍କ ପରିବାର ନାଲ୍କୋ ଅଞ୍ଚଳରେ ରହୁଛନ୍ତି । ଏବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।