ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ
26/03/2023 at 1:50 PM

ଭୁବନେଶ୍ୱର ୨୬।୦୩ : ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ । ରାଜଧାନୀ ଉପକଣ୍ଠ ଛତାବର ଅଙ୍ଗାରପଡ଼ା ଜଙ୍ଗଲରୁ ଠାବ ହୋଇଛି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଅଙ୍ଗାରପଡ଼ା ଜଙ୍ଗଲର ଏକ ଗଛରେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଥିଲା । ଲୋକେ ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏହା ସହ ରାସ୍ତା କଡ଼ରେ ଥିବା ଅଟୋକୁ ମଧ୍ୟ ଜବତ କରିଛି ।
ତେବେ ଯୁବକ ଜଣଙ୍କ ଆତ୍ମହତ୍ୟ କରିଥିବା ସନ୍ଦେହ କରାଯାଉଛି । ଘଟଣାର ସଠିକ୍ କାରଣ ଜଣାପଡିନଥିଲେ ମଧ୍ୟ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ବେକରେ ରଶି ଲାଗିଥିବା ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏବେ ଯାଏଁ ଯୁବକଙ୍କ ପରିଚୟ ମିଳିନାହିଁ ।