ରାସ୍ତାକଡ଼କୁ ଓଲଟିଲା କାର୍, ଚାଲିଗଲା ଜଣଙ୍କ ଜୀବନ
4/12/2022 at 12:45 PM

ଆନନ୍ଦପୁର ୦୪।୧୨ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କେନ୍ଦୁଝର ଜିଲ୍ଲା ଭାରତୀୟ ଜୀବନ ବିମା ନିଗମର ଶାଖା ପରିଚାଳକଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ନାରାୟଣ ମଲ୍ଲିକଙ୍କ ମୃତଦେହକୁ ଜବତ କରିଛି ।
ଖବର ଅନୁଯାୟୀ, ଘଷିପୁରା ଥାନା ଜାତୀୟ ରାଜପଥ ୨୦ର ଦରଖୋଳା ନିକଟରେ ଘଟିଛି ଦୁର୍ଘଟଣା । ଆନନ୍ଦପୁରରେ ଏକ ବୈଠକରେ ଯୋଗଦେବାକୁ ଆସୁଥିବା ବେଳେ ଭାରତୀୟ ଜୀବନ ବୀମା ନିଗମର କେନ୍ଦୁଝର ଶାଖା ପରିଚାଳକ ନାରାୟଣ ମଲ୍ଲିକଙ୍କ କାର୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହାଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।
ସେପଟେ ଦୁର୍ଘଟଣା ସଂପର୍କ ଖବର ପାଇ ଘଷିପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । କିଭଳି ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା । ସେନେଇ ମଧ୍ୟ ଖୋଳତାଡ଼ କରୁଛି ପୋଲିସ ।