ଷଣ୍ଢ ସହ ବାଇକ୍‌ର ଧକ୍କା, ଦୁର୍ଘଟଣାରେ ଚାଲିଗଲା କନିଷ୍ଠ ଯନ୍ତ୍ରୀଙ୍କ ଜୀବନ

Published By : Prameya-News7 Bureau | August 13, 2022 IST

ଆନନ୍ଦପୁର ୧୩।୦୮:  ସଡ଼କ ଦୁର୍ଘଟଣାରେ ଗ୍ରାମ୍ୟ ଉନ୍ନୟମ ବିଭାଗର କନିଷ୍ଠ ଯନ୍ତ୍ରୀ ମୃତ । କେନ୍ଦୁଝର ଜିଲ୍ଲା ଘଷିପୁର ଥାନା ନାରଙ୍ଗପୁର ଛକ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ମୃତ କନିଷ୍ଠ ଯନ୍ତ୍ରୀଙ୍କ ନାମ ରାମଚନ୍ଦ୍ର ମାରାଣ୍ଡି ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ରାମଚନ୍ଦ୍ର ବାଇକ ଯୋଗେ ନିଜ ଘର ହରିଚନ୍ଦପୁର ବ୍ଲକ ଟାଙ୍ଗିରିଆପାଳ ଅଞ୍ଚଳରୁ ଫେରୁଥିଲେ । ଠିକ ଏହି ସମୟରେ ଏକ ଷଣ୍ଢ ସହିତ ତାଙ୍କ ବାଇକ୍‌ର ଧକ୍କା ହୋଇଥିଲା । ଯାହାଫଳରେ ସେ ଗୁରୁତର ଅବସ୍ଥାରେ ସେଠାରେ ପଡିରହିଥିଲେ । ତୁରନ୍ତ ସ୍ଥାନୀୟଲୋକେ ଗୁରୁତର ରାମଚନ୍ଦ୍ରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ ରାମଚନ୍ଦ୍ର ୨୦୧୭ ମସିହାରୁ ନଭେମ୍ବର ମାସରୁ ଆନନ୍ଦପୁର ଗ୍ରାମ୍ୟ ଉନ୍ନୟମ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.