Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ରାସ୍ତାକାମ ତଦାରଖ ପାଇଁ ଆସିଥିଲେ ଅଧିକାରୀ, ଫେରିବା ବେଳେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ

30/09/2021 at 11:28 AM

ଆନନ୍ଦପୁର ୩୦।୦୯: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ବାଙ୍ଖିଡି ନିକଟରେ ଦୁର୍ଘଟଣା । ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଜଣେ ଏନ୍‌କିୟୁଏମ୍‌ ଅଧିକାରୀ ବୋଲି ଜଣାପଡିଛି । ରାସ୍ତା କାମ ତଦାରଖ କରି ଫେରୁଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ,  ଆନନ୍ଦପୁର ବ୍ଲକ ବାଙ୍ଖିଡା ଠାରୁ ରାଜ୍ୟ ରାଜପଥ ୫୩ ଯାଏଁ ନୂତନ ଭାବେ ଏକ ରାସ୍ତାକାମ ହୋଇଥିଲା । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ଏହି ରାସ୍ତାକୁ ତଦାରଖ ପାଇଁ  ଜଣେ ଏନ୍‌କିୟୁଏମ୍‌ ଅଧିକାରୀ ଆସିଥିଲେ । ରାସ୍ତାକାମ ତଦାରଖ କରି କେନ୍ଦୁଝର ଫେରିଯାଇଥିଲା । ଆଜି କାର୍‌ ଯୋଗେ କେନ୍ଦୁଝରରୁ ଭୁବନେଶ୍ୱର ଫେରିବା ରାସ୍ତାରେ ଦୁର୍ଘଟଣା ଘଟିଥିଲା । କାର୍‌ ଆଗରେ ଯାଉଥିବା ଏକ ଟ୍ରକ ହଠାତ୍ ବ୍ରେକ୍‌ ମାରିଥିଲା । ଯାହାଫଳରେ କାର୍‌ଟି ଭାରସାମ୍ୟ ହରାଇ ଟ୍ରକ ପଛପଟେ ପିଟି ହୋଇଥିଲା । ଦୁର୍ଘଟଣାରେ କାର୍‌ ଚାଳକ ଓ ଏନ୍‌କିୟୁଏମ୍‌ ଅଧିକାରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

   Related Posts