ଶୌଚ ହେବାକୁ ଯାଇଥିଲେ, ବଜ୍ରାଘାତରେ ଚାଲିଗଲା ଜୀବନ

Published By : Prameya-News7 Bureau | October 13, 2022 IST

ଆନନ୍ଦପୁର ୧୩।୧୦ : ବଜ୍ରାଘାତରେ ଜଣେ ମୃତ । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା କଲରାଗଡ଼ିଆ ଗାଁରେ ଏପରି ଅଘଟଣ ଦେଖିବାକୁ ମିଳିଛି । ମୃତକ କଲରାଗଡ଼ିଆ ଗାଁରେ ଶ୍ରୀରାମ ନାୟକ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଗାଁ ନିକଟରେ ଥିବା ବୈତରଣୀ ନଦୀ କୂଳକୁ ଶୌଚ ହେବାକୁ ଯାଇଥିଲେ ଶ୍ରୀରାମ । ଠିକ୍‌ ଏହି ସମୟରେ ବଜ୍ରାଘାତ ଘଟି ସେ ଗୁରୁତର ହୋଇଥିଲେ । ସ୍ଥାନୀୟଲୋକଙ୍କ ସହାୟତାରେ  ଶ୍ରୀରାମଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ମୃତ ଶ୍ରୀରାମଙ୍କ ପରିବାରଙ୍କୁ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.