ଟାଟା ମ୍ୟାଜିକ୍-ବାଇକ୍ ମୁହାଁମୁହିଁ ଧକ୍କା, ବାଇକ୍ ଆରୋହୀ ମୃତ
15/08/2020 at 5:10 PM

ରାଇରଙ୍ଗପୁର ୧୫।୮: ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବହଳଦା କଲୋନୀ ସାହିର ଡମ୍ବରୁ ଧର ମୁଖୀ । ସେ ଡ୍ୟୁଟି କରି ଶ୍ବଶୁର ଘର (ଚମ୍ପାଉଦା) କୁ ଫେରୁଥିଲେ । ଏହି ସମୟରେ ରାଇରଙ୍ଗପୁର ଟାଉନ ଥାନା ମୁର୍ମୁ ଛକରେ ଟାଟା ମ୍ୟାଜିକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଡମ୍ବରୁ ବହଳଦା ହସ୍ପିଟାଲରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ ।