ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପସିଗଲା କାର୍, ଜଣଙ୍କର ମୃତ୍ୟୁ

25/09/2021 at 3:48 PM

ଢେଙ୍କାନାଳ ୨୫।୯: ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପସିଗଲା କାର୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଯାଜପୁର କୁଆଖିଆ ଥାନା ଅନ୍ତର୍ଗତ ମୁଗୁପାଳ ଗ୍ରାମର ତ୍ରିଲୋଚନ ସାହୁଙ୍କ ପୁଅ ଗଦାଧର ସାହୁ । ତାଙ୍କ ବୟସ ୩୮ ବର୍ଷ ।

ସୂଚନାଯୋଗ୍ୟ ଯେ, ଗଦାଧର ହରିପୁରରୁ ଇଣ୍ଡିଗୋ କାର୍ ଯୋଗେ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ମୁଗୁପାଳ ପଂଚାୟତ ୧୭ ନମ୍ବର ୱାର୍ଡ ଗଣାବାଗଠାରେ ଗାଡିଟି ଏକ ପୋଖରୀକୁ ପଶିଯାଇଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

   Related Posts