ଟ୍ରକ୍ ଧକ୍କାରେ ସ୍କୁଟି ଆରୋହୀ ମୃତ, କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ

Published By : Prameya-News7 Bureau | November 18, 2021 IST

ବଅଁରପାଳ ୧୮।୧୧: ଢେଙ୍କାନାଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ନାଲକୋ ଏଫସିଆଇ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଫଳରେ ଜଣେ ସ୍କୁଟି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।  

ମୃତକ ନାଲକୋ ଥାନା ଅନ୍ତର୍ଗତ କୁଲାଡ ଗ୍ରାମର ବିହାରୀ ଗୋଛାୟତ ବୋଲି ଜଣାପଡିଛି।  ସେ ନାଲକୋ ଦିଲ୍ଲୀ ପବ୍ଲିକ୍ ସ୍କୁଲରେ ଠିକା କର୍ମଚାରୀ ଭାବେ ରହି ସଫେଇ କାମ କରୁଥିଲେ। ଘରକୁ ଫେରୁଥିବା ସମୟରେ ଏଫସିଆଇ ଛକ ନିକଟରେ ଓଡି୩୫ସି୨୭୪୨ ନମ୍ବର ବିଶିଷ୍ଟ ଏକ ଟ୍ରକ୍ ସ୍କୁଟି ଚାଳକଙ୍କୁ ପଛରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବିହାରୀଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ରାସ୍ତାରୋକ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.