ଲାଉଡି ଘାଟିରେ ଅଟୋ ଦୁର୍ଘଟଣା : ଜଣେ ମୃତ, ୫ ଗୁରୁତର
31/05/2023 at 3:06 PM

ପଟାଙ୍ଗୀ ୩୧।୫: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ସୁଙ୍କି ଥାନା ଅନ୍ତର୍ଗତ ଲାଉଡି ଘାଟି ନିକଟରେ ଦୁର୍ଘଟଣା । ଅଟୋ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ଭାରତମାଳା ପରିଯୋଜନାରେ କାର୍ଯ୍ୟରତ ଆସାମର ଜଣେ ଶ୍ରମିକ ବୋଲି ଜଣାପଡ଼ିଛି ।
ଦୁର୍ଘଟଣା ପରେ ଗୁରୁତରଙ୍କୁ ପ୍ରଥମେ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପଟ୍ଟାଙ୍ଗିକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା କାରଣରୁ ସେମାନଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।
You Can Read :
Related Posts
ନାଳରେ ବୁଡ଼ି ଦୁଇ ନାବାଳକ ମୃତ, ଖେଳିବାକୁ ଯାଇଥିବାବେଳେ ଅଘଟଣ
30 November 2023
ଜଙ୍ଗଲରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ଗଳାକାଟି ହତ୍ୟା କରାଯାଇଥିବା ସନ୍ଦେହ
30 November 2023