ଡିଭାଇଡର୍‌ରେ ପିଟିହୋଇ ଟ୍ରକ୍‌ ସହ ଧକ୍କା ହେଲା କାର୍ : ଜଣେ ମୃତ, ୫ ଆହତ

Published By : Prameya-News7 Bureau | August 29, 2022 IST

ଖଲ୍ଲିକୋଟ ୨୯।୮: ଗଞ୍ଜାମ ଥାନା ଅଗସ୍ତିନୂଆଗାଁ ଛକ ନିକଟରେ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଥାନା ଅଗସ୍ତିନୂଆଗାଁ ଛକ ନିକଟରେ ଏକ କାର୍ ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହେବା ପରେ ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ମୃତକଙ୍କ ନାଁ ଦେବରାଜ ବୋଲି ଜଣାପଡିଛି । ଆହତଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଭୁବନେଶ୍ବରରୁ ଗୋପାଳପୁର ବୁଲିବାକୁ ଆସି ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ତେବେ ସମସ୍ତେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ବୋଲି ଜଣାପଡିଛି । ରବିବାର ଗୋପାଳପୁର ବୁଲିବାରୁ ଆସିଥିଲେ । ସୋମବାର ସକାଳୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଛି । ଗଞ୍ଜାମ ପୋଲିସ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.