ନଦୀରେ ଭାସୁଛି ଅଜଣା ମୃତଦେହ, କାରଣ ଖୋଜୁଛି ପୋଲିସ
30/11/2022 at 1:14 PM

ତେଲକୋଇ ୩୦।୧୧: ସମାକୋଇ ନଦୀରେ ଭାସୁଛି ମୃତଦେହ । ଏବେ ଯାଏଁ ମିଳିନାହିଁ ମୃତ ବ୍ୟକ୍ତିଙ୍କ ପରିଚୟ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସମାକୋଇ ନଦୀର ଖେଞ୍ଚବଣିଆ ଘାଟରେ ଦେଖିବାକୁ ମିଳିଛି ଏପରି ଘଟଣା ।
ଖବର ଅନୁଯାୟୀ, ବୁଧବାର ସକାଳୁ ତେଲକୋଇ ଭୂୟାଁସାହିର କିଛି ମହିଳା ଖେଞ୍ଚବଣିଆ ଘାଟକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ଏକ ବ୍ୟକ୍ତି ମୁହଁ ମାଡି ପଡିଥିବା ଦେଖିବାକୁ ପାଇଥିଲେ । ପରେ ଏନେଇ ତେଲକୋଇ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଉଭୟ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଦାରି ରଖିଛି । ତେବେ ଏବେ ଯାଏଁ ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତଦନ୍ତ ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ଅନୁମାନ କରାଯାଉଛି ।
Related Posts
ଜଗତସିଂହପୁର ପୋଲିସର ମାରାଥନ ଚଢାଉ, ଗିରଫ ହେଲେ ୭ ଡକାୟତ
6 February 2023