ବିଲରେ କାମ କରୁଥିବା ବେଳେ ହେଲା ବଜ୍ରପାତ, ଜଣେ ମୃତ, ୫ ଆହତ
22/08/2022 at 9:10 PM

ଉଦଳା, ୨୨/୦୮: ବିଲରେ କାମ କରୁଥିବା ବେଳେ ହେଲା ବଜ୍ରାଘାତ । ବଜ୍ରାଘାତରେ ଗୋଟିଏ ପରିବାରର ଜଣେ ମୃତ, ୫ ଆହତ । ଏଭଳି ଘଟଣା ଖୁଣ୍ଟା ଥାନା କନ୍ଦଳିଆ ଗ୍ରାମରେ ଘଟିଛି । ଗୋରୁମହିଷାଣୀ ଥାନା ଅଞ୍ଚଳର ଜଗା ମୁର୍ମୁ କନ୍ଦଳିଆ ଗ୍ରାମର ସମ୍ପର୍କୀୟଙ୍କ ଘରକୁ ଆସିଥିଲେ । ଜଗା ସମ୍ପର୍କୀୟଙ୍କ ସହିତ ବିଲରେ କାମ କରୁଥିବା ବେଳେ ହଠାତ ବଜ୍ରାଘାତ ହୋଇଥିଲା । ଏହି ବଜ୍ରାଘାତରେ ଜଗା ଘଟଣା ସ୍ଥଳରେ ସଂଜ୍ଞାହୀନ ହୋଇପଡ଼ିଥିଲା । ତତ୍ସହିତ ଅନ୍ୟ ୫ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଡୁକୁରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ଜଗାକୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟମାନଙ୍କ ଅବସ୍ଥା ଚିକିତ୍ସା ପରେ ସୁସ୍ଥ ଥିବା ଜଣାଯାଇଛି ।
Related Posts
ପୂଜା ଭୋଗ ଖାଇ ୨୦ ଛାତ୍ରୀ ଅସୁସ୍ଥ, ଭୀମସାରରେ ଭର୍ତ୍ତି
28 January 2023