ମାଟି କାନ୍ଥ ଭାଙ୍ଗିବା ବେଳେ ଅଘଟଣ, କାନ୍ଥ ତଳେ ଚାପି ହୋଇ ଘର ମାଲିକଙ୍କ ମୃତ୍ୟୁ

Published By : Prameya-News7 Bureau | July 09, 2021 IST

ନିଶ୍ଚିନ୍ତକୋଇଲି ୯।୭: ଘରର ପୁରୁଣା ମାଟି କାନ୍ଥ ଭାଙ୍ଗୁଥିବା ବେଳେ ଅଘଟଣ । କାନ୍ଥ ପଡ଼ି ଜଣଙ୍କର ମୃତ୍ୟୁ ଘଟିଛି । ଏଭଳି ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ମାହାଙ୍ଗା ଗାଁରେ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳୁ ଗ୍ରାମର ୫୮ ବର୍ଷ ବୟସ୍କ କାର୍ତ୍ତିକ ଜେନା ନିଜ ଘରର ଏକ ପୁରୁଣା ମାଟି କାନ୍ଥ ଭାଙ୍ଗୁଥିବା ବେଳେ ହଠାତ୍ କାନ୍ଥଟି ତାଙ୍କ ଉପରେ ପଡ଼ିଯାଇଥି ଲା। କିଛି ସମୟ ମାଟି କାନ୍ଥ ତଳେ ଚାପି ହୋଇ ରହିବା ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର କରି ତାଙ୍କୁ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.