କଣ୍ଟେନର ଟ୍ରକ୍ ତଳେ ଚାପି ହୋଇଗଲା କାର୍ : ଜଣେ ମୃତ, ୩ ଗୁରୁତର

Published By : Prameya-News7 Bureau | March 04, 2020 IST

ଭଦ୍ରକ ୪।୩ : ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଚରମ୍ପା ନିକଟ ଧାମରା ଓଭରବ୍ରିଜ ନିକଟରେ ଏକ କଣ୍ଟେନର ତଳେ ଚାପି ହୋଇଗଲା କାର । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି । ବିଳମ୍ବିତ ରାତିରେ ଏକ କାର୍ ଭଦ୍ରକରୁ ବାଲେଶ୍ବର ଆଡକୁ ଯିବା ସମୟରେ ରାସ୍ତା ପାର୍ଶ୍ବରେ ଥିବା ଏକ କଣ୍ଟେନରକୁ ପଛପଟୁ ଧକ୍କା ଦେଇଥିଲା ।

{"id":232445,"sizeSlug":"large"}

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଦୁଇ ଜଣଙ୍କୁ ପ୍ରଥମେ ଭଦ୍ରକ ମେଡିକାଲକୁ ଆଣିଥିଲେ । ପରେ ଟ୍ରକ ପଛରୁ କାରକୁ କଢାଯିବା ପରେ ଅନ୍ୟ ଦୁଇଜଣଙ୍କୁ ବାହାର କରାଯାଇ ଭଦ୍ରକ ମେଡିକାଲକୁ ଅଣାଯାଇଥିଲା ।

{"id":232446,"sizeSlug":"large"}

ତେବେ ଭଦ୍ରକ ମେଡିକାଲରେ ରାଜେଶ ମଲ୍ଲିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ସୂଚନା ମିଳିଛି । ଚିନ୍ମୟ ଭୋଇ ଓ ପିଣ୍ଟୁ ମହାନ୍ତିଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଛି । ତେବେ ସମସ୍ତେ ବାସୁଦେବପୁର ଅଞ୍ଚଳର ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.