ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଅଟୋ-ବୋଲେରୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ୫ ଆହତ

16/12/2020 at 5:15 PM

ଆନନ୍ଦପୁର ୧୬।୧୨: ୨୦ନଂ ଜାତୀୟ ରାଜପଥର ଆନନ୍ଦପୁର ଉପଖଣ୍ଡ ଧକୋଠା ଓଭରବ୍ରିଜ୍ ନିକଟରେ ଏକ ଯାତ୍ରୀବାହୀ ଅଟୋ ସହ ବୋଲେରୋ ମୁହାଁମୁହିଁ ଧକ୍କା । ଫଳରେ ଜଣେ ଅଟୋ ଯାତ୍ରୀଙ୍କର ମୃତ୍ଯୁ ଘଟିଥିବା ବେଳେ ଅନ୍ଯ ୫ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକ ସ୍ଥାନୀୟ ମାର୍ଷାପାଳ ଗ୍ରାମର ଧନେଶ୍ବର ପାତ୍ର ।

ବୁଧବାର ଧନେଶ୍ବରଙ୍କ ପରିବାର ଏକ ଅଟୋ ଭଡା କରି ଘଟଗାଁରେ ଥିବା ବନ୍ଧୁ ଘରକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଅଟୋରେ ଛୋଟ ପିଲାଙ୍କୁ ମିଶାଇ ପରିବାରର ୧୦ ଜଣ ଯାତ୍ରା କରୁଥିଲେ । ମାତ୍ର ଶୌଭାଗ୍ଯବଶତଃ ଛୋଟ ପିଲାଙ୍କର କୌଣସି କ୍ଷତି ଘଟିନାହିଁ । ଖବରପାଇ ଘସିପୁରା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

   Related Posts