ଧକ୍କା ଦେଲା ବାଇକ୍‌, ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ

Published By : Prameya-News7 Bureau | June 07, 2022 IST

ବିନିକା ୦୭।୦୬ : ସୋନପୁର ଜିଲ୍ଲା ବିନିକା ଥାନା ସୀଙ୍ଗିଯୁବା ଛକରେ ଦୁର୍ଘଟଣା । ବାଇକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି l ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସୀଙ୍ଗିଯୁବା ଗାଁର ସୁଦର୍ଶନ ଭୋଇ ବୋଲି ଜଣାଯାଇଛି l

ଖବର ଅନୁଯାୟୀ, ସୁଦର୍ଶନ ଯାମପାଳି ଠାରେ ଥିବା କ୍ଷୀର ସୋସାଇଟିକୁ କ୍ଷୀର ଦେଇ ଫେରୁଥିବା ସମୟରେ ବିନିକା ପଟରୁ ଆସୁଥିବା ଏକ ବାଇକ ଧକ୍କା ଦେଇଥିଲା l ଫଳରେ ଘଟଣାସ୍ଥଳରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକରେ ଥିବା ଦୁଇଜଣ ଯୁବକ ଗୁରୁତର ହୋଇଛନ୍ତି l ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବିନିକା ଡାକ୍ତରଖାନାକୁ  ନିଆଯାଇଛି l ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.