କୋଟାରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା, ନିଟ୍ ପାଇଁ କରୁଥିଲେ ପ୍ରସ୍ତୁତି
28/09/2023 at 5:18 PM

ନୂଆଦିଲ୍ଲୀ: କୋଟାରେ ଆଉ ଜଣେ ଚାକିରି ଆଶାୟୀ ଛାତ୍ରଙ୍କ ଆତ୍ମହତ୍ୟା । ମୃତ ଛାତ୍ର ଉତ୍ତର ପ୍ରଦେଶର। ଅଧିକାରୀଙ୍କ କହିବା ଅନୁଯାୟୀ ବୁଧବାର ଛାତ୍ରଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଥିଲା। ଏହା ସହ ଚଳିତ ବର୍ଷ ସହରରେ ଛାତ୍ରଙ୍କ ଆତ୍ମହତ୍ୟା ମାମଲା ୨୬କୁ ପହଞ୍ଚିଛି। ଅଧିକାରୀ କହିଛନ୍ତି ଛାତ୍ର ଜଣକ ନିଟ୍ ପାଇଁ ପ୍ରସ୍ତୁତି କରୁଥିଲେ।
କୋଟା ଡିଏସପି ଖିଭ ସିଂହ ରାଠୋଡ଼ କହିଛନ୍ତି ଯେ, ଉତ୍ତର ପ୍ରଦେଶ ମହରାଜଗଞ୍ଜ ଜିଲ୍ଶର ୨୦ ବର୍ଷୀୟ ଛାତ୍ର ତନବୀର ଖାନଙ୍କ ଶବ ବୁଧବାର ଦ୍ବିପ୍ରହରରେ କ୍ରିଷ୍ଣା ବିହାର କଲୋନୀର କୁହ୍ନାରୀ ସ୍ଥିତ ଭଡ଼ା ଘରୁ ପଙ୍ଖାରେ ଫାଶୀରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା। ତନବୀର ବାପା ଏବଂ ସାନ ଭଉଣୀଙ୍କ ସହ ରହୁଥିଲେ। ସେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିଲେ। ତାଙ୍କ ବାପା ଏଠାରେ ଏକ କୋଚିଂ ସେଣ୍ଟରରେ ଶିକ୍ଷକ ଅଛନ୍ତି । ତନବୀର ବର୍ତ୍ତମାନ କୌଣସି କୋଚିଂ ନେଉନଥିଲେ।
ଆହୁରି ପଢ଼ନ୍ତୁ: ରାଜସ୍ଥାନରେ ଭୟଙ୍କର ସଡକ ଦୁର୍ଘଟଣା: ବସ୍କୁ ଧକ୍କା ଦେଲା ଟ୍ରକ୍ , ଆଖି ପିଛୁଳାକେ ଚାଲିଗଲା ୧୧ ଜୀବନ
ଏହି ମାମଲାରେ କୁହ୍ନାରୀ ପୋଲିସ ଷ୍ଟେସନର ସବ୍ ଇନ୍ସପେକ୍ଟର ନବଲ କିଶୋର କହିଛନ୍ତି ଯେ ମୃତକ ଛାତ୍ରଙ୍କ ଫ୍ଲାଟ୍ରୁ ଏପର୍ଯ୍ୟନ୍ତ କୌଣସି ସୁସାଇଡ ନୋଟ୍ ମିଳିନାହିଁ। ପୋଲିସ୍ ଟିମ୍ ଛାତ୍ରଙ୍କ ସନ୍ଦିଗ୍ଧ ଆତ୍ମହତ୍ୟା ପଛର ପ୍ରକୃତ କାରଣ ଜାଣିବାକୁ ଚେଷ୍ଟା କରୁଛି। ପୋଷ୍ଟମର୍ଟମ ପରେ ତନବୀରଙ୍କ ଶବ ହସ୍ତାନ୍ତର କରିଛି। ଏହା ପୂର୍ବରୁ ଅଗଷ୍ଟ ୨୮ରେ ଦୁଇ ଏବଂ ୧୬ ଅଗଷ୍ଟରେ ଜଣେ ଛାତ୍ର ଆତ୍ମହତ୍ୟା କରିଥିଲେ।
ସୂଚନାଥାଉକି, ଇଞ୍ଜିନିୟରିଂ ଏବଂ ମେଡିକାଲ ପ୍ରବେଶିକା ପରୀକ୍ଷା ପ୍ରସ୍ତୁତି ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଛାତ୍ର-ଛାତ୍ରୀ ରାଜସ୍ଥାନ କୋଟାକୁ ଆସିଥାନ୍ତି। କିନ୍ତୁ ଗତ କିଛି ବର୍ଷ ମଧ୍ୟରେ କୋଟାରେ ନିଟ୍ ଛାତ୍ରଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସୁଛି। ଏହାର କାରଣ ଛାତ୍ରଙ୍କ ଉପରେ ପାଠର ଚାପକୁ ଦାୟୀ କରାଯାଇଛି। ସେପଟେ ଏଭଳି ଆତ୍ମହତ୍ୟାକୁ ଦୃଷ୍ଟିରେ ରଖି କୋଚିଂ ସଂସ୍ଥାଙ୍କୁ ଆଗାମୀ ଦୁଇ ମାସ ପାଇଁ ନିଟ୍ ଏବଂ ଅନ୍ୟ ପ୍ରତିଯୋଗିତା ମୂଳକ ପରୀକ୍ଷା ସ୍ଥଗିତ ରଖିବାକୁ କୁହାଯାଇଛି। ଏହା ସହ କୋଚିଂ କ୍ଲାସ୍କୁ ଫ୍ରି ଆଓ୍ବାର ରଖିବା, କାଉନସେଲିଂ ପାଇଁ ଅପିଲ୍ କରାଯାଇଛି।