ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଲା ଜିଓ : ଜାନୁଆରୀ ୫ ତାରିଖରେ ଏତିକି ଟଙ୍କାର ରିଚାର୍ଜ କରନ୍ତି ଆଉ ୨୦୨୦ ପର୍ଯ୍ୟନ୍ତ ସବୁ ସେବା ମାଗଣାରେ ପାଆନ୍ତୁ

Published By : Prameya-News7 Bureau | January 03, 2019 IST

ମୁମ୍ବାଇ ୩|୧: ଭାରତରେ ଲୋକଙ୍କୁ ଶସ୍ତା ଇଣ୍ଟରନେଟର ଅଭ୍ୟାସ ହୋଇଗଲାଣି | ଆଜିକାଲି ଇଣ୍ଟରନେଟ ଏବଂ କଲ ପାଇଁ ଲୋକେ ଜିଓ ଉପରେ ସମ୍ପୂର୍ଣ ନିର୍ଭରଶୀଳ ହୋଇପଡିଲେଣି | ଅନ୍ୟ ଏକ ଟେଲିକମ କମ୍ପାନୀ ଗ୍ରାହକଙ୍କ ଇନକମିଙ୍ଗ କଲ ସମ୍ପୂର୍ଣ ଭାବେ ବନ୍ଦ କରିଦେଇଥିବାବେଳେ ଜିଓ ନିଜ ଗ୍ରାହକଙ୍କୁ ପାଇଁ ଆଜୀବନ ଇନକମିଙ୍ଗ ସୁବିଧା ଯୋଗେଇ ଦେଇଛି |

{"id":70138}

ରିଲାଏନ୍ସ ଜିଓ ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଫର ଲଞ୍ଚ କରିଥିଲା | ଏହି ଅଫର ଅନୁସାରେ ୧୬୯୯ ଟଙ୍କାରେ ଆପଣଙ୍କୁ ବର୍ଷ ସାରା ଆଉ ରିଚାର୍ଜ କରିବାକୁ ପଡ଼ିବନାହିଁ | ୩୬୫ ଦିନ ପାଇଁ ସମସ୍ତ କଲ ଏବଂ ଡାଟା ଫ୍ରି | ଏହି ଅଫରରେ ଗ୍ରାହକଙ୍କୁ ମିଳୁଛି ପ୍ରତିଦିନ ଅନଲିମିଟେଡ଼ କଲ ଫ୍ରି, ଡାଟା ଏବଂ ଦିନକୁ ୧୦୦ ମେସେଜ ଫ୍ରି | ଏହି ଅଫର ଅନୁସାରେ ବାରମ୍ବାର ରିଚାର୍ଜ କରିବା ସମସ୍ୟା ରହିବନି |

{"id":70139}

ଜିଓର ଯେତେ ପ୍ରତିଦ୍ବନ୍ଦୀ ଅଛନ୍ତି ସମସ୍ତେ ରିଲାଏନ୍ସ ଜିଓଠୁ ବିରକ୍ତ ହୋଇ ନିଜ ଗ୍ରାହକଙ୍କ ଇନକମିଙ୍ଗ କଲ ସୁବିଧା ବନ୍ଦ କରିଦେଇଛନ୍ତି | ଏହାଛଡା ଗ୍ରାହକଙ୍କ ପାଇଁ ଏକ ସର୍ତ ଲାଗି କରିଦେଇଛନ୍ତି ଯେ, ଯଦି ଇନକମିଙ୍ଗ କଲ ସୁବିଧା ଚାହୁଁଛନ୍ତି ତାହେଲେ ପ୍ରତି ମାସରେ ୩୫ ଟଙ୍କାର ଏକ ସର୍ବ ନିମ୍ନ ରିଚାର୍ଜ କରିବାକୁ ପଡିବ | ୩୫ ଟଙ୍କାର ରିଚାର୍ଜ ପରେ ଗ୍ରାହକଙ୍କୁ ମିଳିବ ୨୬ ଟଙ୍କାର ଟକଟାଇମ ଏବଂ ଏହାର ବୈଧତା ୨୮ ଦିନ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.