scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶୁଭ ଶୁକ୍ରବାର; ଏସୀୟ କ୍ରୀଡ଼ାରେ ଭାରତକୁ ଡବଲ ସ୍ବର୍ଣ୍ଣ,  ପଦକ ସଂଖ୍ୟା ୩୦

29/09/2023 at 10:30 AM

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ । ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଡବଲ ଧମାକା । ସୁଂଟିରେ ପଲକ୍‌ଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି । ସେହିପରି ଈଶ ସିଂହ ରୌପ୍ୟ ପଦକ ଜିତିଛନ୍ତି  । ଶୁକ୍ରବାର ଏସିଆନ୍ ଗେମ୍ସରେ ସୁଟିଂରେ ଭାରତ ୪ଟି ପଦକ ଜିତିଛି । ଟିମ୍ ଇଭେଣ୍ଟରେ ୨ଟି ପଦକ ମିଳିଥିବା ବେଳେ ବ୍ୟକ୍ତିଗତ ଇଭେଣ୍ଟରେ ୨ଟି ପଦକ ମିଳିଛି । ଗୋଟିଏ ଦିନରେ ଭାରତ ସୁଟିଂରେ ୨ଟି ସ୍ୱର୍ଣ୍ଣ ସହ ୨ଟି ରୌପ୍ୟ ଜିତିଛି । ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୩୦ରେ ପହଞ୍ଚିଛି ।     

୧୦ ମିଟର ଏୟାର ପିସ୍ତଲ୍ ବ୍ୟକ୍ତିଗତ ଇଭେଣ୍ଟରେ ଭାରତର ପଲକ ସ୍ୱର୍ଣ୍ଣ ପାଇଥିବା ବେଳେ ରୌପ୍ୟ ହାସଲ କରିଛନ୍ତି ଈଶା ସିଂହ । ପାକିସ୍ତାନ ଖାତାକୁ ଯାଇଛି କାଂସ୍ୟ । ଏହା ପୂର୍ବରୁ ପ୍ରଥମେ ୧୦ ମିଟର ଏୟାର୍ ରାଇଫଲ୍ ଇଭେଣ୍ଟରେ ଭାରତ ରୌପ୍ୟ ପାଇଥିଲା । ଟିମ୍ ଇଭେଣ୍ଟରେ ଭାରତର ଈଶା, ପଲକ ଓ ଦିବ୍ୟାଙ୍କ ଟିମ୍ ରୌପ୍ୟ ପଦକ ଜିତିଛନ୍ତି । 

ସେହିଭଳି ୫୦ ମିଟର ରାଇଫଲରେ ଭାରତକୁ ଏକ ସ୍ୱର୍ଣ୍ଣ ପଦକ ମିଳିଛି । ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମାର, କୁସଲେ ସ୍ୱପ୍ନିଲ୍ ଓ ଅଖିଲ ଶେଓରନଙ୍କ ଟିମ୍ ସ୍ୱର୍ଣ୍ଣ ଜିତିଛି । ସୁଟିଂରେ ଐତିହାସିକ ପ୍ରଦର୍ଶନ ସହ ଭାରତ ନୂଆ ରେକର୍ଡ ସ୍ଥାପନ କରିଛି ।

   Related Posts