କୋଣାର୍କରେ ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା : ଆଉ ଜଣଙ୍କୁ ଅଟକ ରଖିଲା ପୋଲିସ

Published By : Prameya-News7 Bureau | October 20, 2018 IST

କୋଣାର୍କ ୨୦|୧୦: କୋଣାର୍କରେ ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା ଦିନକୁ ଦିନ ଜଟିଳ ହେଉଛି । ଗଣଦୁଷ୍କର୍ମ ଘଟଣାରେ ଆଉ ଜଣଙ୍କୁ ଅଟକ ରଖିଲା କୋଣାର୍କ ପୋଲିସ । ଅଟକ ଯୁବକ ହେଲେ କାଳିଜାଇ ଲଜ୍ ମ୍ୟାନେଜର ଶିବ ବେହେରା । ଗତକାଲି ବିଭିନ୍ନ ଲଜ୍ ଉପରେ କୋଣାର୍କ ପୋଲିସ ଚଢ଼ାଉ କରି ଶିବ ବେହେରାକୁ ଅଟକ ରଖିଛି । ପୂର୍ବରୁ ପେ।ଲିସ ଏହି ଘଟଣାରେ ଘର ମାଲିକଙ୍କୁ ପଚରାଉଚରା କରି ଛାଡି ଦେଇଛି । ଏହି ଘରେ ମଧ୍ୟ ଲଜ୍ ଚାଲିଥିଲା । ଏହି ଲଜ୍ ର ମ୍ୟାନେଜର କୃଷ୍ଣ ବେହେରାଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି । କୋଣାର୍କରେ ବଙ୍ଗୀୟ ଯୁବତୀ ଗଣଦୁଷ୍କର୍ମ ଘଟଣାକୁ ନେଇ ସାଂଘାତିକ ଗୁମର ଗୁମୁରୁଛି । ପୋଲିସ କହିବା ଅନୁସାରେ ସଂପୃକ୍ତ ଯୁବତୀଙ୍କୁ ଏଠାକୁ ଦେହ ବ୍ୟବସାୟ ପାଇଁ ଅଣାଯାଇଥିଲା । ଏଥିରେ ସେହି ଯୁବତୀ ନୁହନ୍ତି ଆଉ କିଛି ଯୁବତୀ ଓ ଦଲାଲ ସାମିଲ ଅଛନ୍ତି । ଯଦି ପୋଲିସ କଥା ସତ ତେବେ ସଂଘାତିକ । ଅନ୍ୟପଟେ ବଙ୍ଗୀୟ ଯୁବତୀଙ୍କୁ ନ୍ୟାୟ ଦେବା ଦ।ବିରେ କେ।ଣାର୍କ ମହିଳା ସଙ୍ଗଠନର ଶତାଧିକ ମହିଳା କେ।ଣାର୍କ ଥାନା ଘେରାଉ କରିବେ । କୋଣାର୍କ ବସଷ୍ଟାଣ୍ଡରୁ ବାହାରି କୋଣାର୍କ ବଜାର ପରିକ୍ରମା କରିବେ ଶତାଧିକ ମହିଳା । ସୂଚନା ଅନୁସାରେ ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନ ଧରି ଗୋଟିଏ ଘରେ ୧୦ରୁ ୧୫ ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଥିବା ଅଭିଯେ।ଗ ହୋଇଥିଲା । ୧୦ ଦିନ ଧରି ଗୋଟିଏ ଘରେ ବନ୍ଦ ଥିବା ଯୁବତୀଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରିଥିଲା ପୋଲିସ ଓ ଅଗ୍ନିଶମ ବିଭାଗ । କାମ ଦେବାକୁ କହି ଏହି ଯୁବତୀଙ୍କୁ ୧୦ ରୁ ୧୫ ଜଣ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ଯୁବତୀ । ଗୁରୁତର ପୀଡିତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.