ଭୁବନେଶ୍ୱର, ୦୫|୦୫ : ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ସଂକ୍ରମିତଜଣଙ୍କର ରାଉରକେଲାର ହୋଇଥିବା ସୂଚନା ମିଲିଛି । ଏହାପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆଜି ୪ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏବେସୁଦ୍ଧା ମଙ୍ଗଳବାର ୫ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ।
ଏବେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭୪ ରେ ପହଞ୍ଚିଛି । ପୂର୍ବରୁ ଅପରାହ୍ନରେ ଆଉ ୩ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ କଟକର ତିଗିରିଆ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୨ଜଣ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡିଛି । ଏବେ ରାଉରକେଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାଙ୍କ ବୟସ ୪୯ ହୋଇଥିବା ବେଳେ ସେ କୋଲକାତାରୁ ଫେରି କ୍ୱାରେଣ୍ଟାଇନରେ ରହିଥିଲେ ।
wp:core-embed/twitter {"url":"https://twitter.com/IPR_Odisha/status/1257660327304613888","type":"rich","providerNameSlug":"twitter","className":""} /wp:core-embed/twitterତେବେ କଟକରୁ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ସୁରଟ ଲିଙ୍କ୍ ରହିଛି । କିଛି ଦିନ ତଳେ ସୁରଟରୁ ଫେରିଥିଲେ । ସେହିପରି ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ୨ଜଣ ସଂକ୍ରମିତଙ୍କ ପଶ୍ଚିମବଙ୍ଗ ଲିଙ୍କ ରହିଛି । କିଛି ଦିନ ତଳେ ୨ଜଣ ସଂକ୍ରମିତ ବାଲେଶ୍ୱରରୁ ଫେରିଥିଲେ । ସମସ୍ତଙ୍କ ସ୍ୱାବ ପରୀକ୍ଷଣରେ କରୋନା ପଜିଟିଭ୍ ଆସିଛି । ଚିହ୍ନଟ ହୋଇଥିବା ୩କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ସେହିପରି ଆଜି ସକାଳ ସମୟରେ ରାଜ୍ୟର ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏବଂ ତାଙ୍କ ଘର ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଥିଲା । ତେବେ ସକାଳ ସମୟରେ ଚିହ୍ନଟ ହୋଇଥିବା ସଂକ୍ରମିତଜଣଙ୍କ ସୁରଟ ଲିଙ୍କ ରହିଛି ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧୩ଟି ଆକ୍ଟିଭ୍ କେସ୍ ରହିଛନ୍ତି । ସେହିପରି ଜଣେ ବ୍ୟକ୍ତିଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବା ବେଳେ ୬୦ଜଣ ସୁସ୍ଥ ହୋଇସାରିଛନ୍ତି ।