ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ୧୬୩ ଛୁଇଁଲା ମୋଟ ସଂକ୍ରମିତଙ୍କ ସଂଖ୍ୟା

Published By : Prameya-News7 Bureau | May 04, 2020 IST

ଭୁବନେଶ୍ୱର ୦୪।୦୫: ରାଜ୍ୟରେ ଦିନକୁ ଦିନ ବଢିବାର ଲାଗିଛି କରୋନା ସଂକ୍ରମଣ । ଆଜି ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୩କୁ ଛୁଇଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଓ୍ୱେବସାଇଟ୍‌ ଜଣାପଡିଛି ।

{"id":264288,"sizeSlug":"large"}

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୬୩ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୧୦୨ଟି ଆକ୍ଟିଭ କେସ୍‌ ରହିଛି । ସେହିପରି କରୋନାରୁ ୬୦ଜଣ ସୁସ୍ଥ ହୋଇସାରିଛନ୍ତି । ତେବେ ରାଜ୍ୟ ବର୍ତ୍ତମାନ ସୁଦ୍ଧା କରୋନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇସାରିଛି । ସେହିପରି ଆଜି ଚିହ୍ନଟ ହୋଇଥିବା ଜଣଙ୍କ ସୁନ୍ଦରଗଡ ଜିଲ୍ଲାର ବୋଲି ଜଣାପଡିଛି । ରବିବାର ଦିନ ରାଜ୍ୟରେ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଗତକାଲି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨ଜଣ ଗଞ୍ଜାମ , ଜଣେ ବାଲେଶ୍ୱର, ଜଣେ କେନ୍ଦୁଝର ଓ ଜଣେ ଝାରୁସୁଗୁଡାରୁ ଚିହ୍ନଟ ହୋଇଥିଲେ ।

{"id":264290,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.