ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ୧୬୨ଛୁଇଁଲା ମୋଟ ସଂକ୍ରମିତଙ୍କ ସଂଖ୍ୟା

Published By : Prameya-News7 Bureau | May 03, 2020 IST

ଭୁବନେଶ୍ୱର ୦୩।୦୫: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬୨ରେ ପହଞ୍ଚିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଓ୍ୱେବସାଇଟ୍‌ ଜଣାପଡିଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ କେନ୍ଦୁଝର ଜିଲ୍ଲାର ବୋଲି ସୂଚନା ରହିଛି । ସଂକ୍ରମିତଙ୍କ ମିଶାଇ କେନ୍ଦୁଝର ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ରେ ପହଞ୍ଚିଛି ।

{"id":263922,"sizeSlug":"large"}

ଆଜି ସକାଳ ସମୟରେ ରାଜ୍ୟରେ ୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେଥିମଧ୍ୟରୁ ୨ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଲେ ଜଣେ ଲେଖାଏଁ ଝାରସୁଗୁଡା ଓ ବାଲେଶ୍ୱରର ଜଣାପଡିଥିଲା । ଏବେ ପୁଣି ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଜଣଙ୍କ କେନ୍ଦୁଝର ଜିଲ୍ଲାର ବୋଲି ସୂଚନା ରହିଛି । ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୬୨ଜଣ କରୋନା ସଂକ୍ରମିତ ଥିବା ବେଳେ ସେଥିମଧ୍ୟରୁ ୧୦୫ଟି ଆକ୍ଟିଭ୍‌ କେସ୍‌ ରହିଛି । ରାଜ୍ୟରେ ଏବେ ସୁଦ୍ଧା ୫୬ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ

{"id":263923,"width":581,"height":900,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.