ଆଜି ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ,୨୦୬ ଛୁଇଁଲା ସଂକ୍ରମିତଙ୍କ ସଂଖ୍ୟା

Published By : Prameya-News7 Bureau | May 07, 2020 IST

ଭୁବନେଶ୍ୱର ୦୭|୦୫ : ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାର ଲାଗିଛି । ଆଜି ସକାଳ ସମୟରେ ରାଜ୍ୟରେ ୨୦ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୭ଜଣ ଗଞ୍ଜାମର ହୋଇଥିବା ବେଳେ ୩ଜଣ ମୟୁରଭଞ୍ଜର ବୋଲି ଜଣାପଡିଥିଲା । ତେବେ ଆଜି ପୁଣି ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୬ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ମୟୁରଭଞ୍ଜ ଜିଲ୍ଲାର ବୋଲି ଜଣାପଡିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି ।

{"id":266033,"sizeSlug":"large"}

ଆଜି ସକାଳ ସମୟରେ ରାଜ୍ୟରେ ଚିହ୍ନଟ ହୋଇଥିବା ୨୦ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୭ଜଣ ଗଞ୍ଜାମ ଓ ୩ଜଣ ମୟୁରଭଞ୍ଜ ଜିଲ୍ଲାର ବୋଲି ଜଣାପଡିଛି । ସମସ୍ତ ଆକ୍ରାନ୍ତଙ୍କ ସୁରଟ ଲିଙ୍କ ରହିଛି । କିଛି ଦିନ ତଳେ ସମସ୍ତ ସୁରଟରୁ ଫେରିଥିଲେ । ସମସ୍ତଙ୍କ ସ୍ୱାବ ଟେଷ୍ଟ କରାଯାଇଥିଲେ , ଏବଂ ସେଥିରେ ତାଙ୍କର ପଜିଟିଭ୍‌ ଆସିଥିଲା ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୦୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪୨ଟି ଆକ୍ଟିଭ୍‌ କେସ୍ ରହିଛି । ସେହିପରି ୬୧ଜଣ ସୁସ୍ଥ ହୋଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.