ଭୁବନେଶ୍ବର ୭।୫ :ରାଜ୍ୟରେ ଆଜି ଆଉ ଜଣେ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ସଂକ୍ରମିତ ଜଣଙ୍କ ଭୁବନେଶ୍ୱରର ବୋଲି ଜଣାପଡିଛି । ତେବେ ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଏପର୍ଯ୍ୟନ୍ତ ଭୁବନେଶ୍ୱରରେ ମୋଟ୍ ୪୭ ଆକ୍ରାନ୍ତଙ୍କ ମଧ୍ୟରୁ ୩୧ ଜଣ ସୁସ୍ଥ ହୋଇସାରିଲେଣି । ଏହାସହ ଭୁବନେଶ୍ବରରେ ୧୪ଟି ଆକ୍ଟିଭ କେସ୍ ରହିଛି ।
wp:html/wp:htmlOne more Covid patient from Bhubaneswar has recovered and tested negative for #COVID19.
— H & FW Dept Odisha (@HFWOdisha) May 7, 2020
The recovered cases of #Odisha now stand at 62.
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୦୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୧୪୧ଟି ଆକ୍ଟିଭ୍ କେସ୍ ରହିଛନ୍ତି । ସେହିପରି ଦୁଇ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଥିବା ବେଳେ ୬୨ଜଣ ସୁସ୍ଥ ହୋଇସାରିଛନ୍ତି ।