ବିଜେପି ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ, ପୋଲିସକୁ ଦୁଃଖଭରା କାହାଣୀ ଶୁଣାଇଲେ ମହିଳା

Published By : Prameya-News7 Bureau | September 22, 2019 IST

ଶାହାଜାହାଁପୁର:  ଉତ୍ତରପ୍ରଦେଶ ବିଜେପିର ଆଉ ଜଣେ ନେତାଙ୍କ ବିରୋଧରେ ଆସିଲା ଦୁଷ୍କର୍ମ ଅଭିଯୋଗ। ଜନୈକା ବିବାହିତା ମହିଳା ଏହି ଅଭିଯୋଗ ଆଣିଥିବା ବେଳେ ଚିନହଟ୍  ଥାନା ଆଇଆଇସି ସମ୍ପୃକ୍ତ ନେତାଙ୍କୁ ଗିରଫ କରିଛନ୍ତି। ଗିରଫ ବିଜେପି ନେତା ଆଉ କେହି ନୁହନ୍ତି ଶାହାଜାହାଁପୁରର ଚର୍ଚ୍ଚିତ ବିଧାୟକ  ସୂଚିତ ସେଠ୍। ସ୍ୱାମୀଙ୍କ ସହ ଝଗଡା ଯୋଗୁ ମହିଳା ପୃଥକ ରହୁଥିବା ବେଳେ ବିବାହ ବିଚ୍ଛେଦ କରାଇ ତାଙ୍କୁ ବିବାହ କରିବାକୁ ସୂଚିତ ଚାହୁଁଥିଲେ ବୋଲି ମହିଳା ପୋଲିସରେ ଅଭିଯୋଗ କରିଥିଲେ।

{"id":161084}

ପାରିବାରିକ ଝଗଡାରେ ସୂଚିତ ଓ ଶାହାଜାହାଁ ପୁରର ଆଉ ୨ ଜଣ ନେତା ମଧ୍ୟସ୍ଥତା କରୁଥିଲେ। ତେବେ ମହିଳାଙ୍କ ପ୍ରତି ସୂଚିତ ଆଶକ୍ତ ହୋଇପଡିଥିଲେ।  ଏପରିକି ତାଙ୍କୁ ଖାଦ୍ୟରେ ନିଶା ଦେଇ ତାଙ୍କ ପ୍ରତି ଦୁଷ୍କର୍ମ ବି କରିଥିଲେ। ଏ ନେଇ ମହିଳାଙ୍କ ପରିବାର ଲୋକେ ପୋଲିସରେ ଅଭିଯୋଗ କରିଥିଲେ। ତେବେ ପରେ ମହିଳାଙ୍କ ପରିବାରକୁ ଡରାଇ ଧମକାଇ ମାମଲାର ଆପସ ବୁଝାମଣା କରିଦେଇଥିଲେ। ତେବେ ସୂଚିତ ମହିଳାଙ୍କ ପିଛା ଛାଡି ନଥିଲେ।

{"id":161085,"width":579,"height":422}

ପରେ ମହିଳାଙ୍କ ପାରିବାରିକ ସମସ୍ୟା ସମାଧାନ ହୋଇଯିବାରୁ ସେ ତାଙ୍କ ସ୍ୱାମୀଙ୍କ ସହ ରହିବାକୁ ଚାହିଁଥିଲେ। ହେଲେ ଏଥିରେ ସୂଚିତ ପ୍ରତିବନ୍ଧକ ହୋଇଥିଲେ। ଏପରିକି ମହିଳାଙ୍କୁ ସୂଚିତ ବ୍ଲାକ୍ ମେଲିଂ ମଧ୍ୟ କରୁଥିଲେ। ତେବେ ଏ ନେଇ ମହିଳା ଚିନହଟ୍ ଥାନାରେ ପୂର୍ବରୁ କରିଥିବା ଅଭିଯୋଗ ପୁଣି ଦାୟର କରିବାକୁ ଥାନା ଆଇଆଇସିଙ୍କୁ ନିବେଦନ କରିଥିଲେ। ସୂଚିତଙ୍କ ବିରୋଧରେ କେବଳ ମହିଳାଙ୍କ ପ୍ରତି ଦୁଷ୍କର୍ମ ନୁହେଁ ଗୋମତି ନାଗର ଥାନାରେ ୨ଟି ଅଲଗା ଅଲଗା ଧୋକାବାଜି ଅଭିଯୋଗ ଥିବାର ପୋଲିସ କହିଛି। ମାମଲାରେ ତାଙ୍କୁ ଗିରଫ କରାଯିବା ପରେ କୋର୍ଟରେ ହାଜର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.