ଡ୍ୟାମ୍ରେ ବୁଡି ଜଣେ ନିଖୋଜ, ମିଳିନି ନିଳାମ୍ବରଙ୍କ ପତ୍ତା
9/01/2023 at 12:36 PM

ଦେବଗଡ ୦୯।୦୧ : ଦେବଗଡ଼ ଗୋହିରା ଡ୍ୟାମ୍ରେ ବୁଡି ଜଣେ ନିଖୋଜ ହୋଇଛନ୍ତି । ନିଖୋଜ ବ୍ୟକ୍ତି ଜଣଙ୍କ ବରଘାଟ ଗାଁର ନୀଳାମ୍ବର ସ୍ୱାଇଁ । ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇଛି ।

ଖବର ଅନୁଯାୟୀ, ବରଘାଟ ଗାଁ ନିଳାମ୍ବର ସ୍ୱାଇଁ ଡ୍ୟାମ ଅପରପାର୍ଶ୍ୱରେ ଥିବା ଖଳିନାଳୀ ଗାଁକୁ ଡଙ୍ଗାରେ ଯାଇଥିଲେ । ଗାଁରେ ହେବାକୁ ଥିବା ନାମଯଜ୍ଞ ପାଇଁ ମାଟି ପାତ୍ର ବରାଦ ଦେବାକୁ ଯାଇଥିଲେ।ସେଠାରୁ ଫେରିବା ସମୟରେ ଘଟିଲା ଅଘଟଣ । ହଠାତ୍ ଡ୍ୟାମ୍ରେ ମଝିରେ ନିଳାମ୍ବର ପାଣିରେ ବୁଡିଯାଇଥିଲା । ଯାହାଫଳରେ ସେ ନିଖୋଜ ଅଛନ୍ତି ।

ସେପଟେ ନିଳାମ୍ବର ପାଣିରେ ବୁଡିବା ଖବର ପାଇ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏବେ ଯାଏଁ ନିଳାମ୍ବରଙ୍କ କୌଣସି ପତ୍ତା ମିଳିନାହିଁ ।
Related Posts
ଡିଭାଇଡରରେ ପିଟି ହେଲା ବସ୍, ଗାଡ଼ିରେ ଥିଲେ ୨୦ରୁ ଅଧିକ ଯାତ୍ରୀ
30 January 2023
ସୁପାରି ନା ବ୍ୟକ୍ତିଗତ ରାଗ ? ନବ ଦାସଙ୍କ ମୃତ୍ୟୁ ଛାଡିଗଲା ଅନେକ ପ୍ରଶ୍ନ…
30 January 2023