oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ମହାନଦୀରେ ଗାଧୋଇବା ବେଳେ ଭାସିଗଲେ ୬ନାବାଳିକା: ୫ ଉଦ୍ଧାର, ଜଣେ ନିଖୋଜ

6/10/2019 at 12:23 PM

ସମ୍ବଲପୁର ୬।୧୦: ମହାନଦୀକୁ ଗାଧେଇବାକୁ ଯାଇଥିବାବେଳେ ପାଣିରେ ଭାସିଗଲେ ୬ ନାବାଳିକା । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିଥିବା ବେଳେ ଜଣେ ନାବାଳିକା ଏବେବି ନିଖୋଜ ଅଛନ୍ତି। ତାଙ୍କ ନାମ ପିଙ୍କି ବିଶ୍ବକର୍ମା । ନିଖୋଜ ଥିବା ନାବାଳିକାକୁ ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବିଭାଗ କର୍ମଚାରୀ  ନିୟୋଜିତ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ଦିନ ପ୍ରାୟ ସାଢେ ୧୧ ଟା ସମୟରେ ବଡବଜାର ଅଂଚଳ ୬ ଜଣ ନାବାଳିକା ବଡବଜାର ମହାନଦୀ ଘାଟକୁ ଗାଧୋଇବା ପାଇଁ ଯାଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ଜଣେ ନାବାଳିକାଙ୍କର ଗୋଡ ଖସିଯିବା ସେ ଗଭୀର ଜଳ ସ୍ରୋତକୁ ପଳାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଅନ୍ୟ ନାବାଳିକାମାନେ ପାଣିରେ ଭାସି ଯାଇଥିଲେ ।

ତେବେ କୌଣସି ପ୍ରକାରରେ ୫ ଜଣ ତଳ ମୁଣ୍ଡରେ ନଦୀ ଗର୍ଭରେ ଥିବା ପଥର ଟାପୁରେ ଅଟକି ରହିଥିବା ବେଳେ ଜଣେ ଏବେବି ନିଖୋଜ ରହିଛନ୍ତି । ଅଗ୍ନିଶମ ବିଭାଗ କର୍ମଚାରୀ ଖୋଜା ଖୋଜି ଜାରି ରଖିଛନ୍ତି ।

   Related Posts