ମାଛ ଧରିବାକୁ ଯାଇ ନିଖୋଜ, ଗୁରୁବାରଠୁ ମିଳୁନି ପତ୍ତା
4/08/2023 at 6:13 PM

ମାର୍ଶାଘାଇ ୪।୮: ହୁଲି ଡଙ୍ଗାରେ ନଦୀକୁ ମାଛ ଧରିବାକୁ ଯାଇଥିବା ବେଳେ ବନ୍ୟାଜଳରେ ଜଣେ ନିଖୋଜ । ନିଖୋଜ ବ୍ୟକ୍ତି ଜଣଙ୍କ ମାର୍ଶାଘାଇ ଥାନା ଗଡରୋମିତ ଗାଁର ସୁରଥ ମାଝୀ । ବର୍ତ୍ତମାନ ନଦୀରେ ବନ୍ୟା ଆସିଛି । ନଦୀରେ ପ୍ରବଳ ସୁଅ ମଧ୍ୟ ହେଉଛି । ଠିକ୍ ଏହି ସମୟରେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଗଡରୋମିତ ଗାଁର ସୁରଥ ମାଝୀ । ତାଙ୍କ ବୟସ ୫୨ ବର୍ଷ ।

ଗୁରୁବାର ଅପରାହ୍ନରେ ସ୍ଥାନୀୟ ପାଇକା ନଦୀକୁ ମାଛ ଧରିବାକୁ ଯାଇଥିଲେ । ଗୁରୁବାରଠାରୁ ଆଜି ପର୍ଯ୍ୟନ୍ତ ସୁରଥଙ୍କର କିଛି ପତ୍ତା ମିଳୁନାହିଁ । ଖବର ପାଇ ସ୍ଥାନୀୟ ଲୋକେ, ଓଡ୍ରାଫ୍ ଟିମ୍, ଏନ୍ ଡି ଆର୍ ଏଫ୍ ଟିମ୍ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ଖୋଜାଖୋଜି ଜାରି ରଖିଛନ୍ତି । କିନ୍ତୁ ସୁରଥଙ୍କର କୌଣସି ପତ୍ତା ମିଳୁନି । ମାଛ ଧରୁଥିବା ସମୟରେ ନଦୀର ପ୍ରଖର ସ୍ରୋତକୁ ହୁଲି ଡଙ୍ଗାଟି ଚାଲି ଯାଇ ମୁହାଣକୁ ଭାସିଯାଇଥିବା ସନ୍ଦେହ କରାଯାଉଛି ।
ଦୀର୍ଘ ୩୫ ଘଣ୍ଟା ପରେ ନିଖୋଜ ସୁରଥ ମାଝୀଙ୍କୁ ଅଗ୍ନିଶମ ବାହନୀ ଓ ଓଡ୍ରାଫ ଟିମ୍ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ଉଦ୍ଧାର ମତ୍ସ୍ୟଜୀବୀଙ୍କ ସ୍ଵାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡିଛି ।
You Can Read :