Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ତାଳଦଣ୍ଡା କେନାଲକୁ ଶୌଚ ହେବାକୁ ଯାଇ ଆଉ ଫେରିଲେନି, ଭାସିଯାଇଥିବା ସନ୍ଦେହ

15/09/2023 at 7:00 PM

କଟକ ୧୫।୯: କଟକ ତାଳଦଣ୍ଡା କେନାଲରେ ଜଣେ ଭାସିଯାଇଥିବା ସନ୍ଦେହ । କଟକ ଛତ୍ରବଜାର ନିକଟରେ ଦମକଳ ବାହିନୀ ପକ୍ଷରୁ ତାଲାସୀ ଜାରି ରହିଛି । ଜଣେ ପରିବା ବ୍ୟବସାୟୀ ଭାସିଯାଇଥିବା ସନ୍ଦେହ କରାଯାଉଛି ।

ତାଳଦଣ୍ଡା କେନାଲରେ ଜଣେ ବ୍ୟକ୍ତି ଭାସିଯାଇଥିବା ନେଇ ଖବର ଆସିବା ପରେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ଆରମ୍ଭ ହୋଇଛି । କଟକ ଛତ୍ରବଜାର ନିକଟରେ ଏଭଳି ଘଟଣା ଘଟିଥିବା କୁହାଯାଉଛି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ଶୁକ୍ରବାର ମଧ୍ୟାନ୍ନ ସମୟରେ ଜଣେ ବ୍ୟକ୍ତି ଶୌଚ ହେବା ପାଇଁ କେନାଲ ପରିସରକୁ ଯାଇ ଆଉ ଫେରି ନଥିଲେ । ସ୍ଥାନୀୟ ଲୋକମାନେ ପ୍ରଥମେ ଖୋଜାଖୋଜି କରିବା ପରେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା ।

You Can Read :

   Related Posts