ବଜ୍ରକାପ୍ତା ଚୋରାଚାଲାଣ ଘଟଣାରେ ଆଉ ଜଣେ ମାଷ୍ଟରମାଇଣ୍ଡ ଗିରଫ

Published By : Prameya-News7 Bureau | December 30, 2019 IST

କଟକ ୩୦/୧୨: ଦିନକୁ ଦିନ ବଜ୍ରକାପ୍ତା ଚୋରା ଚାଲାଣର ଗୁମର ଫିଟୁଛି । ବନବିଭାଗ ହାତରେ ଧରାପଡିଛି ଅନ୍ୟତମ ମାଷ୍ଟରମାଇଣ୍ଡ ସନ୍ତୋଷ ଘଡେଇ ଓରଫ କାବୁଲି । ସନ୍ତୋଷକୁ ଅଟକ ରଖି ପଚରଉଚରା କରାଯାଉଛି । ଜେରାବେଳେ ସେ ହାତୀ ଦାନ୍ତ ଚୋରା ଚାଲାଣରେ ସଂପୃକ୍ତ ଥିବା ସ୍ବୀକାର କରିଛି ।

{"id":204395,"sizeSlug":"large"}

ଏବେ ସୁଦ୍ଧା ବଜ୍ରକାପ୍ତା ଚାଲାଣରେ ୧୫ ଜଣଙ୍କୁ ଗିରଫ କରାଯାଇଛି । ପୂର୍ବରୁ ୧୦ ଜଣଙ୍କୁ ରିମାଣ୍ଡରେ ନେବା ପରେ ବନବିଭାଗ ଓ ଜାତୀୟ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ହାତରେ ଲାଗିଛି ବିଦେଶୀ ଲିଙ୍କର ପ୍ରମାଣ । ଅନ୍ୟ ପଟେ  ରାକେଟର ଅନ୍ୟତମ ମାଇଣ୍ଡ ଆଠଗଡ଼ ପାଇକବାରବାଟି ଗାଁରୁ ଧରାପଡିବା ପରେ ଅନେକ ତଥ୍ୟ ବାହାରିଥିଲା । ପଶ୍ଚିମବଙ୍ଗରୁ ଚୀନ ମିଆଁମାର ଭିଏତନାମ ହୋଇ ମଙ୍ଗୋଲିଆ ଯାଏ ଚେର ଲମ୍ବିଥିବା ସୂଚନା ଦେଇଛି ଆଠଗଡ ବିଭାଗ ।

{"id":204396,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.