ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡରେ ଗୁଳିବିନିମୟ: ଜଣେ ମାଓବାଦୀ ନିହତ, ଖସିଗଲେ ୩

Published By : Prameya-News7 Bureau | May 24, 2024 IST

ରାଉରକେଲା ୨୪/୦୫: ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡରେ ଗୁଳିମିନିମୟ । ସୁରକ୍ଷା କର୍ମୀ ସହ ମାଓବାଦୀଙ୍କ ଗୁଳି ବିନିମୟ । ଜଣେ ମାଓବାଦୀ ନିହତ, ଖସିଗଲେ ୩ ମାଓବାଦୀ । ଝାଡ଼ଖଣ୍ଡ ଜରେଇକେଲା ଥାନା ବଲିଆଡ଼ିହି ଜଙ୍ଗଲରେ ଗୁଳି ବିନିମୟ ହୋଇଛି । ମୃତ ମାଓବାଦୀ ବୁଧରାମ ମୁଣ୍ଡା ଘର ଝାଡ଼ଖଣ୍ଡ ଖୁଂଟି ଜିଲ୍ଲା ଅଡ଼କୀ ଥାନା ଚାରିସିୟୁଦ୍ ଗାଁରେ । 

ସୂଚନା ଥାଉକି, ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡରେ ଅଘଟଣ ଘଟାଇବା ପାଇଁ ଚାଲିଥିଲା ଯୋଜନା । ଖବର ପାଇଁ ସୁରକ୍ଷା କର୍ମୀ କରିଥିଲେ କୁମିଙ୍ଗ । କମ୍ୱିଂ ସମୟରେ ସୁରକ୍ଷା କର୍ମୀ ଉପରକୁ ମାଓବାଦୀ କରିଥିଲେ ଗୁଳି ଚାଳଣା । ସୁରକ୍ଷା କର୍ମୀଙ୍କ ପାଲଟା ଗୁଳିରେ ଘଟଣା ସ୍ଥଳରେ ଜଣେ ମାଓବାଦୀ ନିହତ । 

୯ ଏମ୍ଏମ୍ ପିସ୍ତଲ ୨୦ ରାଉଣ୍ଡ ୧୩୪ ରାଉଣ୍ଡ ଏସ୍ଏଲ୍ଆର ଗୁଳି, ଗୋଟିଏ ୯ ଏମ୍ଏମ୍ ପିସ୍ତଲ, ଦୁଇଟି ପିସ୍ତଲ ମାଗାଜିନ୍ ଦୁଇଟି ଏସଏସଆଣ ମାଗାଜିନ୍  ତିନୋଟି  ୱାକି ଟଳି . ଦୁଇଟି ରେଡ଼ିଓ  ମାଓବାଦୀ ପୋଷାକ ସହ ମାଓବାଦୀ ବ୍ୟବହାର କରୁଥିବା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.