ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ; ପୋଲିସ ଗୁଳିରେ ଟପ୍ ମହିଳା କ୍ୟାଡର ମୃତ ସୂଚନା
12/10/2018 at 11:51 AM

ମାଲକାନଗିରି ୧୨|୧୦: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ପୋଲିସ ଗୁଳିରେ ଜଣେ ଟପ୍ ମହିଳା କ୍ୟାଡର ପ୍ରାଣ ହରାଇଥିବା ସୂଚନା ମିଳିଛି । ଆନ୍ଧ୍ର ଓଡିଶା ବର୍ଡର ଜୋନାଲ୍ କମିଟିର ସଦସ୍ୟ ମିନାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ଏବଂ ବନ୍ଧୁକ ଜବତ ହୋଇଛି । ଆନ୍ଧ୍ର ଗ୍ରେହାଉଣ୍ଡ ଏବଂ ଓଡିଶା ଏସ୍ଓଜି ଯବାନମାନେ ଗତକାଲି ଅଣ୍ଡରାପାଲି ଜଙ୍ଗଲରେ କମ୍ବିଂ ଅପରେସନ କରୁଥିବା ବେଳେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲେ । ଜଙ୍ଗଲରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।
Related Posts
ପବିତ୍ର ଶ୍ରୀପଞ୍ଚମୀରେ ପୁରୀରେ ରଥକାଠ ଅନୁକୂଳ
26 January 2023