ମୃତ୍ୟୁ ବି ଏମିତି ଆସେ ; ଖାଇବା ବେଳେ ଟଳି ପଡ଼ିଲେ ଅଗ୍ନିଶମ କର୍ମଚାରୀ, ମୃତ ଘୋଷଣା କଲେ ଡାକ୍ତର
4/11/2020 at 12:37 PM

ପାଟଣା ୦୪।୧୧: ମୃତ୍ୟୁ ବି ଏମିତି ଆସେ । କିଏ କେବେ ଜାଣିନଥାଏ, ମୃତ୍ୟୁ କିପରି ଆସିବ । ଏପରି ଏକ ଦୁଃଖଦ ଖବର ଆସିଛି । ଅଗ୍ନିଶମ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ ଘଟିଛି । କେନ୍ଦୁଝର ଜିଲ୍ଲା ପାଟଣା ଅଗ୍ନିଶମ କେନ୍ଦ୍ରରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ମୃତକ ମୟୁରଭଞ୍ଜ ଜିଲ୍ଲା ବଡସାହି ଥାନା କୁଳିଅଣା ଗାଁର ନିରଞ୍ଜନ ସିଂହ ବୋଲି ଜଣାପଡିଛି ।
ସୂଚନାନୁଯାୟୀ, ଆଜି ନିରଞ୍ଜନ ଖାଉଥିବା ସମୟରେ ହଠାତ୍ ଟଳି ପଡିଥିଲେ । ସେଠାରେ ଉପସ୍ଥିତ ଥିବା ସହକର୍ମୀ ମାନେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ମେଡିକାଲରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।