ମୃଦ୍ୟୁ ପାନୀୟରେ ନିଶା ମିଶାଇ ଲୁଟୁଥିଲା, କୁଖ୍ୟାତ ଲୁଟେରାକୁ ଧରିଲା ପୋଲିସ  

Published By : Prameya-News7 Bureau | February 26, 2024 IST

କଟକ: ମୃଦ୍ୟୁ ପାନୀୟରେ ନିଶା ମିଶାଇ ଯାତ୍ରୀଙ୍କୁ ଅଚେତ୍ କରି ଲୁଟୁଥିଲା। ଅନେକ ଦିନ ଧରି ଏମିତି ଆତଙ୍କ ଖେଳାଇ ରଖିଥିଲା ଲୁଟେରା। ତେବେ ଫଳ ବ୍ୟବସାୟୀଙ୍କୁ ଲୁଟି ଧରା ପଡ଼ିଛି ଲୁଟେରା। କଟକ ସହରର ଦୋଳ ମୁଣ୍ଡାଇ ଓ ବଜ୍ରକବାଟି ଅଞ୍ଚଳରେ ଉଠା ଫଳ ବ୍ୟବସାୟୀଙ୍କୁ ଥଣ୍ଡାରେ ନିଶା ମିଶାଇ ଅଚେତ୍ କରି ସିରିଜ ଲୁଟ୍ କରୁଥିବା ଘଟଣାରେ କୁଖ୍ୟାତ ଲୁଟେରା ପ୍ରମୋଦ ଦାସକୁ ଗିରଫ କରିଛି କଟକ ବାଦାମ ବାଡ଼ି ଥାନା ପୋଲିସ। ଫେବୃଆରୀ ମାସର ଗୋଟିଏ ସପ୍ତାହରେ ହିଁ ସିରିଜ୍ ଲୁଟ୍ କରିଥିଲା ।

{"id":914072,"sizeSlug":"full","linkDestination":"none"}

ଲୁଟେରା ପ୍ରମୋଦ ନାମରେ ବିଭିନ୍ନ ଥାନାରେ ଲୁଟ ମାମଲା ରହିଛି। ବିଶେଷ କରି ସେ ରେଳ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କୁ ମୃଦ୍ୟୁପାନୀୟରେ ନିଶା ଔଷଧ ମିଶାଇ ଅଚେତ କରି ଲୁଟ୍ କରୁଥିବାର ଅନେକ ମାମଲା କଟକ ଭୁବନେଶ୍ଵର ଜି ଆର୍ ପି ଥାନାରେ ରହିଛି। ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରିବା ସହ କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳରୁ ପ୍ରମୋଦକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରମୋଦ ନିକଟରୁ ନଗଦ ୭ ହଜାର ଟଙ୍କା, ୫ ଟି ମୋବାଇଲ୍ , ନିଶା ବଟିକା ଆଦି ଜବତ୍ ମଧ୍ୟ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଜୋନ ୬ ଏ ସି ପି ସ୍ଵସ୍ତିକ ପଣ୍ଡା ।

wp:heading {"level":4}

Also read- ଛାତ୍ରଙ୍କୁ କପି ଦେବା ଅଭିଯୋଗ, ସ୍କୁଲ ଭିତରୁ ପିଅନକୁ ଉଠାଇନେଲା ପୋଲିସ

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.