ଅଟୋ ଓ ଟ୍ରକ୍ ମୁହଁମୁହିଁ ଧକ୍କା : ଜଣେ ମୃତ, ୫ ଗୁରୁତର

Published By : Prameya-News7 Bureau | September 01, 2023 IST

ଆଠଗଡ଼ ୧।୯: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଟୋ ଓ ଟ୍ରକ୍ ମୁହଁମୁହିଁ ଧକ୍କା ହୋଇଛି । ଆଠଗଡ ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚଗାଁ ନିକଟରେ ଘଟିଛି ଦୁର୍ଘଟଣା । ସଡକ ଦୁର୍ଘଟଣା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ୫ ଜଣ ଗୁରୁତର ହୋଇଛନ୍ତି l ଗୁରୁତରଙ୍କୁ କଟକ ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ଯେ, ଖୁଣ୍ଟୁଣୀ ନରସିଂହପୁର ୬୫ ନମ୍ବର ରାଜ୍ୟ ରାଜପଥ ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚଗାଁ ନିକଟ ଭାରତ ଗ୍ୟାସ୍ ଷ୍ଟୋର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଟ୍ରକ୍ ସହ ଅଟୋ ଧକ୍କା ହେବାରୁ ଅଟୋଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା । ଫଳରେ ରାସ୍ତା କଡରେ ମାଛ ବିକ୍ରି କରୁଥିବା ଜଣେ ବ୍ୟବସାୟୀଙ୍କୁ ଅଟୋଟି ଧକ୍କା ଦେଇଥିଲା ।

ଏହି ଦୁର୍ଘଟଣା ଫଳରେ ୬ ଜଣ ଗୁରୁତର ହୋଇଥିଲେ । ଗୁରୁତରମାନଙ୍କୁ ଆଠଗଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣଙ୍କ ୨୫ ବର୍ଷ ବୟସ୍କ ପ୍ରଭାତ ନାୟକ ବୋଲି ଜଣାପଡିଛି । ଅନ୍ୟମାନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗୁରୁତରଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ ଥିବା ଜଣାପଡ଼ିଛି ।

You Can Read :

wp:embed {"url":"https://www.prameyanews7.com/bomb-found-near-talcher-mlas-office/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bomb-found-near-talcher-mlas-office/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.