vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ଦମ୍ପତିଙ୍କୁ ହାଣି ଲୁଟିନେଲେ ଲକ୍ଷେ ଟଙ୍କା ସହ ଦୁଇଟି ମୋବାଇଲ୍

22/08/2018 at 1:31 AM

କେନ୍ଦୁଝର ୨୨/୮:ମୋଟର ସାଇକେଲରେ ଯାଉଥିବାବେଳେ ଦମ୍ପତିଙ୍କୁ ହାଇଓ୍ବେ ଲୁଟେରା ହାଣିଲେ ଏବଂ ଲକ୍ଷେ ଟଙ୍କା ସହ ଦୁଇଟି ମୋବାଇଲ ଲୁଟିନେଲେ। ଗୁରୁତର ଅବସ୍ଥାରେ ସ୍ବାମୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ତେଲକୋଇଥାନାର ଜଗମୋହନପୁର ଛକ ନିକଟରେ । ଆଜି ସକାଳୁ ସକାଳୁ ସୁଧାଂଶୁ ପାଇକରାୟ ଓ ତାଙ୍କ ସ୍ତ୍ରୀ ମିଲି ସାହୁ ମୋଟରସାଇକେଲରେ ହରିଚନ୍ଦନପୁର ଆସୁଥିବା ସମୟରେ ଜଗମୋହନପୁର ଛକ ନିକଟରେ ୪ଜଣ ହାଇଓ୍ବେ ଲୁଟେରା ତାଙ୍କୁ ଅଟକାଇ ପଇସା ମାଗିଥିଲେ ହେଲେ ଦମ୍ପତି ନ ଦେବାରୁ ଲୁଟେରାମାନେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ଓ ତାଙ୍କ ନିକଟରେ ଥିବା ଏକ ଲକ୍ଷ ଟଙ୍କା ସହ ଦୁଇଟି ମୋବାଇଲ ଲୁଟି ନେଇ ପଳାଇଥିଲେ । ଏହି ଆକ୍ରମଣରେ ସୁଧାଂଶୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

   Related Posts