ଏୟାର ଡ୍ରପିଙ୍ଗ ପାଇଁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଚାଲିଛି ୧ଲକ୍ଷ ଶୁଖିଲା ଖାଦ୍ୟ ପୁଡିଆ ପ୍ରସ୍ତୁତ

Published By : Prameya-News7 Bureau | May 02, 2019 IST

ଭୁବନେଶ୍ବର୨|୫: ଏକ୍ସଟ୍ରିମ୍‌ଲି ସିରିଅସ୍ ସାଇକ୍ଲୋନିକ୍ ଷ୍ଟର୍ମ ଫୋନି ଆଶଙ୍କାକୁ ନେଇ ରିଲିଫ ଯୋଗାଣ ପାଇଁ ପ୍ରଶାସନିକ ସ୍ତରରେ ଯୋଜଦାର ପ୍ରସ୍ତୁତି ଚାଲିଛି। ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ ବିଭାଗ ଓ ଯୋଗଣ ବିଭାଗ ପକ୍ଷରୁ  ଭୁବନେଶ୍ବର ଓ କଳିଙ୍ଗ ଷ୍ଟାଡିଅମ୍‌ରେ ଖାଦ୍ୟ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ କରାଯାଉଛି।

{"id":110117}

ଖାଦ୍ୟ ଓ ଅତ୍ୟାଶ୍ୟକୀୟ ଜିନିଷର ପୁଡ଼ିଆ ପ୍ରସ୍ତୁତ କରାଯାଉଛି ଏୟାର ଡ୍ରପିଂ ପାଇଁ। ପ୍ରାଥମିକ ପର୍ଯ୍ୟାୟରେ ୧ ଲକ୍ଷ ପୁଡ଼ିଆ ତିଆରି କରାଯାଉଛି। ପ୍ରତି ପୁଡ଼ିଆରେ ଶୁଖିଲା ଖାଦ୍ୟ ଚୁଡ଼ା, ଗୁଡ଼, ବିସ୍କୁଟ, ଲୁଣ, ମହମବତୀ, ଦିଆସିଲି, ହାଲୋଜେନ୍ ଟାବଲେଟ୍ ଓ ଓଆରଏସ ପାଉଡର ରଖାଯାଉଛି। ଜିଲ୍ଲା ପ୍ରଶାସନ ସହଯୋଗରେ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଖାଦ୍ୟ ପୁଡ଼ିଆ ଏୟାର ଡ୍ରପିଂ ପାଇଁ ପ୍ରସ୍ତୁତି ଚାଲିଛି। ଓରାମାସ ସହଯୋଗରେ ଖାଦ୍ୟ ପୁଡ଼ିଆ ପ୍ୟାକିଙ୍ଗ ଚାଲିଛି।

{"id":110118}

   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.